Sun. Jan 12th, 2025

ରିମ୍ସରେ ଗୁରୁ ଦିବସ ପାଳିତ

By amfnews Sep 9, 2018 #Featured
165 Views

ରାଉରକେଲା, ୮ା୯: ରାଉରକେଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ (ରିମ୍ସ) ଆନୁକୂଲ୍ୟରେ ମହାସମାରୋହରେ ଗୁରୁ ଦିବସ ପାଳିତ ହୋଇଯାଇଛି । ସୌର୍ଯ୍ୟ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ଏହି ଭବ୍ୟସମାରୋହରେ ରମ୍ସର ଚେୟାର ପର୍ସନ ନଳିନୀପ୍ରଭ ପଟ୍ଟନାୟକ ଉଦ୍ବୋଧନ ଦେଇ ‘ଗୁରୁ’ ଶବ୍ଦ ପଛରେ ଏକ ମହାନ ଅନ୍ତର୍ନିହିତ ଶକ୍ତି ଲୁକ୍କାୟିତ ହୋଇ ରହିଛି ବୋଲି ସେ କହିଥିଲେ । ଗୁରୁମାନେ ହିଁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଦେଇ ଛାତ୍ରଛାତ୍ରୀଙ୍କ ଭିତରେ ଜ୍ଞାନରୂପକ ପ୍ରଦ୍ୱୀପ ପ୍ରଜ୍ୱଳନ କରିଥାନ୍ତି । ଜନ୍ମଠାରୁ ପ୍ରଥମେ ଶିଶୁଟି ତା’ର ମା’ ଓ ତାପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ସଂସ୍କାର ପାଇ ପ୍ରକୃତ ମଣିଷରେ ଗଣା ହୁଏ ।

ଆମ ଭାରତୀୟ ମହାନ ପରମ୍ପରା ମଧ୍ୟରେ ଗୁରୁ-ଶିଷ୍ୟ ସମ୍ପର୍କରେ ସ୍ଥାନ ବହୁ ଉଚ୍ଚରେ ରହିଛି । ବୈଦିକ ସଂସ୍କୃତିରେ ମାତୃ ଦେବୋଭବଃ, ପିତୃ ଦେବୋଭବଃ ଓ ଆଚାର୍ଯ୍ୟ ଦେବୋଭବଃ ମନ୍ତ୍ରକୁ ଗୁରୁତ୍ୱ ଦିଆଯାଇଛି । ଜଣେ ଗୁରୁ କେବଳ ଉତ୍ତମ ଶିଷ୍ୟ ସୃଷ୍ଟି କରି ପାରିବ । ଉତ୍ତମ ଶିଷ୍ୟ ହିଁ ଦେଶର ଶ୍ରେଷ୍ଠ ନାଗରିକ ହୋଇପାରିବ । ତେଣୁୁ ଆଜିର ଏହି ମହାନ ଦିବସରେ ଗୁରୁମାନେ ଶିକ୍ଷା ହିଁ ଜୀବନର ବ୍ରତ ଭାବେ ଗ୍ରହଣ କରିବାକୁ ଶ୍ରୀମତୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ରିମ୍ସର ଭାରପ୍ରାପ୍ତ ନିର୍ଦ୍ଦେଶକ ଡ. କରୁଣାକର ପାତ୍ର, ପ୍ରଫେସର ଶଙ୍କର ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖି ଗୁରୁ ଦିବସର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ରିମ୍ସର ବହୁ ଫ୍ୟାକଲଟି ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ପ୍ରଫେସର ଗାୟତ୍ରୀ କୁରୁପ ସଭା ପରିଚାଳନା କରିଥିଲେ ।

By amfnews

Related Post