Tue. Mar 10th, 2026

ରାୟଗଡ଼ାରେ ପୁଣି ସ୍ଥିତି ଜାହିର୍‌ କଲା ମାଓ ସଂଗଠନ : ବିଜାମଣ୍ଡଳୀରେ ମାଓ ବ୍ୟାନର

255 Views

ମୁନିଗୁଡ଼ା : ରାୟଗଡା ଜିଲ୍ଲାରେ ପୁଣି ସ୍ଥିତି ଜାହିର କରିଛି ମାଓ ସଂଗଠନ। କଶ୍ମୀର ପ୍ରସଙ୍ଗକୁ ନେଇ ମୁନିଗୁଡ଼ା ବ୍ଲକର ବିଜାମଣ୍ଡଳୀ ଗ୍ରାମ ଛକରେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ କମିଟି ସିପିଆଇ(ମାଓବାଦୀ) ନାଁରେ ମାଓ ବ୍ୟାନର ଓ ପୋଷ୍ଟର ଲାଗିଥିଲା। ଖବର ମିଳିବା ପରେ ‌ଅମ୍ବାଦଳା ପୁଲିସ ପହଞ୍ଚି ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ, ପୋଷ୍ଟ‌ରରେ ଧାରା ୩୭୦ ଓ ୩୫(କ) ବିଷୟରେ ଉଲ୍ଲେଖ ରହିଛି। ୩୭୦ ଧାରା ଉଚ୍ଛେଦକୁ ବିରୋଧ କରିବା ସହିତ କଶ୍ମୀରବାସୀଙ୍କ ସ୍ବାଧୀନତା ଲଢ଼େଇରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ସେହିପରି ମାଓନେତ୍ରୀ ରିଙ୍କିଙ୍କ କଥା ଉଠାଇଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଗତ ୭ତାରିଖରେ ମାଓନେତ୍ରୀ ରିଙ୍କି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ଘଟଣା ଏକ ନାଟକ ଥିଲା। ରାୟଗଡ଼ା ଜିଲ୍ଲା ପୁଲିସ ଏହାର ୧୦ଦିନ ପୂର୍ବରୁ ତଥା ଅକ୍ଟୋବର ୨୭ତାରିଖରେ ମାଓନେତ୍ରୀ ରିଙ୍କି ଓ ତାଙ୍କ ୧୦ଦିନର ଶିଶୁକନ୍ୟାକୁ ଡିମିରିଗୁଡ଼ା ପଞ୍ଚାୟତ ଖମାରି ଗାଁରୁ ରାତି ଅଧିଆ ଅପହରଣ କରିଥିଲେ। ଦୀର୍ଘ ୧୦ଦିନ ଧରି ରିଙ୍କିଙ୍କୁ ନିର୍ଯାତନା ଦେବ‌ା ପରେ ନଭେମ୍ବର ୭ତାରିଖରେ ରିଙ୍କି ଆତ୍ମସମର୍ପଣ କରିଥିବା ନେଇ ପୁଲିସ କହିଥିଲା। ରାୟଗଡ଼ା ଜିଲ୍ଲା ପୁଲିସର ଏଭଳି କାର୍ଯ୍ୟକୁ ବିରୋଧ କରିବାକୁ ମଧ୍ୟ ଆହ୍ବାନ ଦିଆଯାଇଛି। ଅମ୍ବାଦଳା ପୁଲିସ ଏହି ସମସ୍ତ ମାଓ ପୋଷ୍ଟର ଓ ବ୍ୟାନର ଜବତ କରିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

By amfnews

Related Post