Mon. Jun 9th, 2025

ରାସ୍ତା ନିର୍ମାଣରେ ବ୍ୟବହାର ହେଲା ପ୍ଲାଷ୍ଟିକ

By amfnews Sep 27, 2019 #Featured
440 Views

ବେଙ୍ଗାଲୁରୁ  : ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି। କାରଣ ଏହା ମାଟିରେ ମିଶୁ ନାହିଁ। ଫଳରେ ପରିବେଶ ପ୍ରଦୂଷଣ ହେଉଛି। କିନ୍ତୁ ଏହି ପ୍ଲାଷ୍ଟିକରୁ ମୁକୁଳିବା ପାଇଁ ଏବେ ନୂଆ ରାସ୍ତା ବାହାରିଛି।

ବେଙ୍ଗାଲୁରୁର ଦ୍ୱିତୀୟ ବିମାନ ବନ୍ଦର ନିକଟରେ ହେଉଥିବା ରାସ୍ତା ଅଳିଆ ଗଦାରେ ପଡ଼ିଥିବା ପ୍ଲାଷ୍ଟିକରୁ ତିଆରି ହୋଇଛି। ୧ କିଲୋମିଟର ରାସ୍ତାରେ ପାଖାପାଖି ୧ ଟନ୍ ପ୍ଲାଷ୍ଟିକ୍ ବ୍ୟବହାର ହୋଇଥିବା ଜଣାପଡ଼ିଛି। ପ୍ଲାଷ୍ଟିକର ପିରମାଣ ୭ ପ୍ରତିଶତ ରହୁଥିବାବେଳେ ୯୩ ପ୍ରତିଶତ ବିଟୋମେନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଯେଉଁ ପ୍ଲାଷ୍ଟିକ ଏହି ରାସ୍ତା କାମରେ ବ୍ୟବହାର ହୋଇଛି ସେଗୁଡ଼ିକ ହେଲା କ୍ଷୀର ପଲିଥିନ୍, ଚକଲେଟ୍ ଜରି ଭଳି ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ। ରାସ୍ତା ତିଆରିରେ ପ୍ଲାଷ୍ଟିକ ବ୍ୟବହାର ହେବା ଫଳରେ ରାସ୍ତା ନିର୍ମାଣର ଖର୍ଚ୍ଚ ମଧ୍ୟ କମିଯାଇଛି ବୋଲି ଜଣାପଡ଼ିଛି।

By amfnews

Related Post