Sun. Mar 8th, 2026

ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

193 Views

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ତିଳପଦା ଗାଁ ନିକଟରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁ କନ୍ୟାଟି ସୁସ୍ଥ ଥିବା ଜଣାପଡ଼ିଛି। ଶିଶୁଟି ୩ରୁ ୪ ଦିନ ପୂର୍ବେ ଜନ୍ମ ନେଇଥିବା ଅନୁମାନ କରାଯାଉଛି।

ଆଜି ସକାଳେ ଦର୍ପଣ-କଳକଳା ପୂର୍ତ୍ତ ବିଭାଗ ରାସ୍ତାର ତିଳପଦା ଗାଁ ନିକଟ ରାସ୍ତା କଡ଼ରେ ଶିଶୁଟି କାନ୍ଦୁଥିବା ସ୍ଥାନୀୟ ଲୋକେ ଶୁଣିବାକୁ ପାଇଥିଲେ।  ପରେ ଗାଁ ଲୋକେ ଖୋଜାଖୋଜି କରିବା ବେଳେ ଶିଶୁକନ୍ୟାକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ। ଏବେ ଶିଶୁଟିକୁ ଗାଁର ଜଣଙ୍କ ଘରେ ରଖାଯାଇଛି। ଏଥିସହ ଲୋକେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ସୂଚନା ଦେଇଛନ୍ତି।

By amfnews

Related Post