Sun. Nov 24th, 2024

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ମନୋଜଙ୍କ ଶେଷକୃତ୍ୟ ସଂପନ୍ନ

By amfnews Feb 17, 2019 #Featured
233 Views

ଭୁବନେଶ୍ୱର, ଫେବ୍ରୁଆରୀ ୧୬ : ମନୋଜ ବେହେରା ଅମର ରହେ ଅମର ରହେ.. ପ୍ରତିଧ୍ୱନୀରେ ପ୍ରକମ୍ପିତ ହେଲା ରତନପୂର ଗାଁ। ତାଙ୍କ ଶେଷ ଦର୍ଶନ ପାଇଁ ଛୁଟି ଆସିଥିଲେ ହଜାର ହଜାର ଲୋକ। ଗାଁରେ ଶୋକାକୁଳ ପରିବେଶ ଓ ଆତ୍ମୀୟଙ୍କ ଶେଷ ଦର୍ଶନ ପରେ ପଞ୍ଚଭୁତରେ ବୀଲିନ ହେଲେ ସହିଦ ମନୋଜ । ଦେଶ ପାଇଁ  ନିଜର ଜୀବନ ଉତ୍ସର୍ଗୀକୃତ କରି ଚିରଦିନ ପାଇଁ ଅମର ରହିଗଲେ । ଅନ୍ତିମ ସଂସ୍କାର ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ରାଜ୍ୟ ସ୍ଵାସ୍ଥ୍ୟ କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସହିଦଙ୍କ ଶେଷ ଦର୍ଶନ କରିଥିଲେ। ଏହା ସହିତ ପ୍ରଶାସନ ପକ୍ଷରୁ ସହିଦଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

ଏହା ପରି କାଶ୍ମୀର ପୁଲୱାମାରେ ସହିଦ ହୋଇଥିବା ୨ ଓଡିଆ ସିଆରପିଏଫ ଯବାନ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦେଶ ପାଇଁ ଜୀବନ ଦେଇଥିବା ସହିଦ ଦୁଇ ଯବାନଙ୍କ ଅନ୍ତିମ ସଂସ୍କାର ନିଜ ନିଜ ଗାଁରେ ଶୋକାକୂଳ ପରିବେଶରେ ଶେଷ ହୋଇଛି । ସହିଦ ଯବାନ ମନୋଜ ଏବଂ ପ୍ରସନ୍ନଙ୍କ ଆଜି ଝୁରୁଛି ସାରା ଓଡିଶା । ଗୁମୁରୀ ଗୁମୁରୀ ଝୁରୁଛି ସହିଦଙ୍କ ଗାଁ ।

ଭୁବନେଶ୍ଵର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶ୍ରଦ୍ଧାଞ୍ଜଳୀ ଅପର୍ଣ କରିବା ପରେ ମନୋଜ ବେହେରାଙ୍କ ପାର୍ଥିବ ଶରୀର ବିରାଟ ରାଲିରେ ନିଜର ଗାଁ ରତନପୁର ଅଭିମୁଖେ ବାହାରିଥିଲା। ତାଙ୍କ ଶେଷ ଦର୍ଶନ ପାଇଁ  ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଲୋକ। ମନୋଜ ବେହେରା ଅମର ରହେ, ପାକିସ୍ତାନ ମୁର୍ଦ୍ଦାବାଦ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ଇଲାକା। ନଖରାରକୁ ଗାଁ ରତନପୁରକୁ ୪୦ କିମିର ଯାତ୍ରା ଲାଗିଥିଲା ୬ ଘଣ୍ଟା। ଶୋଭାଯାତ୍ରାରରେ ପ୍ରବଳ ଜନସମାଗମ ଜୁଟିଥିଲା। ସହିଦଙ୍କ ପ୍ରତି ଲୋକଙ୍କ ସମ୍ମାନ କେତେ ରହିଛି ତାହା ଏଥିରୁ ଜଣା ପଡ଼ିଥିଲା।

ନିଆଳିର ରତନପୁରରେ ପହଁଚିବା ପରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ଶୋଭାଯାତ୍ରା ସମୟରେ ପ୍ରତି ଛକରେ ମନୋଜଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନା କରାଯାଇଛି। ମନୋଜଙ୍କ ରାଲିରେ ଜନସମୁଦ୍ର ଦେଖିବାକୁ ମଳିଥିଲା । ଶହ ଶହ ବାଇକରେ ଲୋକମାନେ ମନୋଜଙ୍କ ରାଲିରେ ସାମିଲ ହୋଇଥିଲେ । ଭାରତମାତା କି ଜୟ ନାରେ କମ୍ପି ଉଠିଥିଲା ନିଆଳିର ରତନପୁର । ମନୋଜଙ୍କ ମରଶୀରର ଗାଁରେ ପହଞ୍ଚିବା ପରେ ବାଣ ଫୁଟାଇ ସ୍ୱାଗତ କରିଥିଲେ ଗାଁ ଲୋକେ । ମନୋଜଙ୍କ ମର ଶରୀରକୁକ ସାରା ଗାଁରେ ଭ୍ରମଣ କରାଯାଇଥିଲା । ଶୋକାକୁଳ ପରିବେଶରେ ଆତ୍ମୀୟ ତାଙ୍କ ଶେଷ ଦର୍ଶନ କରିତିଲେ। ଏହାପରେ ଗାଁର ସ୍ମଶାନରେ ରାଷ୍ଟ୍ରୀୟ ମର‌୍ୟ୍ୟଦା ସହ ଅନ୍ତିମ ସଂସ୍କାର କରାଯାଇଥିଲା ।  ମନୋଜଙ୍କ ଆନ୍ତୋଷ୍ଟିରେ ଜନସମୁଦ୍ର ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ପ୍ରଶାସନିକ ଅଧିକାରୀ ସହିଦ ମନୋଜଙ୍କ ଶେଷ ଦର୍ଶନ କରିଥିଲେ ।

ଏହି ପରି ପ୍ରସନ୍ନଙ୍କ ମରଶରୀର ଜଗତସିଂହପୁର ଜିଲ୍ଲାର ନାଉଗାଁରେ ପହଁଚିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମବାସୀଙ୍କ ସମେତ ଜିଲ୍ଲା ପୋଲିସ, ପ୍ରଶାସନର ଅନେକ ଅଫିସର ଏବଂ ଅଞ୍ଚଳର ଅନେକ ବ୍ୟକ୍ତିତ୍ୱ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ । ପ୍ରସନ୍ନଙ୍କ ଶେଷକୃତ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ ।  କୋହ ସମ୍ବରଣ କରିବା ପାଇଁ ସେମାନଙ୍କ ଧୈର‌୍ୟ୍ୟ ନଥିଲା । ପରିବାର ଲୋକଙ୍କ ବୁକୁଫଟା କାନ୍ଦ ସାରା ଅଂଚଳରେ ଗୁଂଜରିତ ହୋଇଥିଲା ।  ଏହାପରେ ଦେବୀନଦୀ ପଠାରେ ତାଙ୍କୁ ରାଷ୍ଟ୍ରୀୟ ମର‌୍ୟ୍ୟଦା ସହ ଚିତାଗ୍ନୀ ଦିଆଯାଇଥିଲା ।

By amfnews

Related Post