Mon. Jan 27th, 2025

ରାଷ୍ଟ୍ରପତି ନିର୍ବାଚନ: ଆମେରିକୀୟ ହିନ୍ଦୁଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ବିଡେନ-ହେରିସ

By amfnews Oct 18, 2020 #Featured
195 Views

ୱାଶିଂଟନ, ଅକ୍ଟୋବର ୧୮ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟିକ ପାର୍ଟିର ଆଶାୟୀ ପ୍ରାର୍ଥୀ ଜୋ ବିଡେନ ଓ ତାଙ୍କ ସହିତ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା କମଳା ହେରିସ ଶନିବାର ଠାରୁ ଆରମ୍ଭ ହୋଇଥିବା ୯ ଦିବସୀୟ ନବରାତ୍ରୀ ଉତ୍ସବ ଅବସରରେ ହିନ୍ଦୁ ଆମେରିକୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ଟୁଇଟ କରି କହିଛନ୍ତି ଏହି ପର୍ବ ଖରାପ ବିପକ୍ଷରେ ଭଲର ବିଜୟକୁ ସୂଚାଇ ଥାଏ ।

ସୂଚନାଯୋଗ୍ୟ, ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ-ଆମେରିକୀୟ ଲୋକସଂଖ୍ୟାର ପ୍ରଭାବ ରହିଥାଏ । ଡେମୋକ୍ରେଟିକ ପାର୍ଟି ମଧ୍ୟ ଭାରତୀୟଙ୍କୁ ନେଇ ବଡ଼ ଆଶା କରିଥାଏ । କିନ୍ତୁ ଏଥର ଡେମୋକ୍ରେଟିକ ଦ୍ୱାରା ଭାରତୀୟ ମୂଳ ନିବାସୀ କମଳା ହେରିସଙ୍କୁ ଉପ-ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରାଯାଇଛି । ଫଳରେ ବିଡେନ ମଧ୍ୟ ଭାରତୀୟ ମୂଳଙ୍କ ଠାରୁ ଭୋଟ ଆଶା କରିଛନ୍ତି ।

ଜୋ ବିଡେନ ଟୁଇଟ କରିଛନ୍ତି ଯେ, ହିନ୍ଦୁ ପର୍ବ ନବରାତ୍ରୀ ଅବରସରେ ମୁଁ ଆମେରିକା ଓ ବିଶ୍ୱବ୍ୟାପୀ ଏହି ପର୍ବ ପାଳନ କରୁଥିବା ଲୋକଙ୍କୁ ଶୁଭକାମନା ଜଣାଉଛି । ସେହିପରି କମଳା ହେରିସ ନିଜର ଟୁଇଟର ଆକାଉଣ୍ଟରେ କହିଛନ୍ତି, ମୁଁ ମୋର ହିନ୍ଦୁ ଆମେରିକୀୟ ବନ୍ଧୁ ଓ ପରିବାରକୁ ଶୁଭକାମନା ଜଣାଉଛି । 

By amfnews

Related Post