Sat. Mar 7th, 2026

ରାମ ମନ୍ଦିର ଭୂମିପୂଜନ ଲାଗି ମୂହୁର୍ତ୍ତ କହିଥିବା ପୂଜାରୀଙ୍କୁ ଧମକ

207 Views

ଅଯୋଧ୍ୟା, ଅଗଷ୍ଟ ୦୪ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଲାଗି ମୂହୁର୍ତ୍ତ କହିଥିବା ପୂଜାରୀଙ୍କୁ କର୍ଣ୍ଣାଟକର ବେଲଗାଭୀରେ ଧମକ ମିଳିଛି । ବେଲଗାଭୀ ପୋଲିସ କହିଛି, ୭୫ ବର୍ଷିଅ ବିଜୟେନ୍ଦ୍ରଙ୍କୁ ଫୋନରେ ଧମକ ମିଳିଛି । ଏହି ହେତୁ ବେଲଗାଭିର ତିଲକୱାଡି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ।

ପୂଜାରୀ ବିଜୟେନ୍ଦ୍ର କହିଛନ୍ତି, ଧମକ ଦେଇଥିବା ଦୁର୍ବୃତ୍ତମାନେ କହିଛନ୍ତି, ଆପଣ ମୂହୁର୍ତ୍ତର ତାରିଖ କାହିଁକି କହିଲେ? ଆପଣ ଏହି କାର୍ଯ୍ୟକ୍ରମରେ କାହିଁକି ଯୋଡ଼ିହେଉଛନ୍ତି? ଏହାରି ଉପରେ ମୁଁ କହିଛି, ସେମାନେ (ଆୟୋଜକ) ମୋତେ ଏଥି ପାଇଁ କହିଥିଲେ ଏବଂ ମୁଁ ଏହାକୁ ପାଳନ କରିଛି । ଜଣେ ଗୁରୁ ଭାବେ ମୁଁ ମୋର କର୍ତ୍ତବ୍ୟ କରିଛି । ଫୋନ କରିଥିବା ଦୁର୍ବୃତ୍ତମାନେ ସେମାନଙ୍କର ନାମ କହିନାହାନ୍ତି । ବିଭିନ୍ନ ସ୍ଥାନରୁ ଫୋନ ଆସୁଛି । କିନ୍ତୁ ମୁଁ ଏହାକୁ ଗୁରୁତର ସହ ନେଇନାହିଁ ।

ଧମକପୂର୍ଣ୍ଣ ଫୋନ କଲକୁ ଦୃଷ୍ଟିରେ ରଖି ଏବେ ବେଲଗାଭିର ଶାସ୍ତ୍ରୀ ନଗରରେ ପଜୂାରୀଙ୍କ ନିବାସରେ ପୋଲିସକର୍ମୀ ମୁତୟନ କରାଯାଇଛି । ପୋଲିସଙ୍କ କହିବା ଅନୁସାରେ କଲ କରିଥିବା ଦୁର୍ବୃତ୍ତମାନେ କଥିତ ଭାବେ ପଣ୍ଡିତଙ୍କୁ ମୂହୁର୍ତ୍ତ କଥା ଫେରାଇ ନେବାକୁ ଧମକ ଦେଇଥିଲେ, ଯାହାକି ସେ ସମାରୋହ ଲାଗି ନିର୍ଦ୍ଧାରଣ କରିଥିଲେ ।

ବିଜୟେନ୍ଦ୍ର ଗତ କିଛି ବର୍ଷ ହେବ ରାମଜନ୍ମ ଭୂମି ଆନେ୍ଦାଳନ ସହିତ ଜଡ଼ିତ ଅଛନ୍ତି । ଚଳିତ ବର୍ଷ ଫେବୃୟାରୀରେ ଆୟୋଜକମାନେ ମୂହୁର୍ତ୍ତ ବାହାର କରିବାକୁ ତାଙ୍କର ସହିତ ସଂପର୍କ କରିଥିଲେ । ବିଜୟେନ୍ଦ୍ର ମୂହୁର୍ତ୍ତ ଲାଗି ୪ଟି ତାରିଖ ଜୁଲାଇ ୨୯, ଜୁଲାଇ ୩୧, ଅଗଷ୍ଟ ୧ ଓ ଅଗଷ୍ଟ ୫ ତାରିଖ କହିଥିଲେ । ଏହି ସବୁ ମାସ ହିନ୍ଦୁଙ୍କ ପବିତ୍ର ମାସ ଶ୍ରାବଣ ଓ ଭାଦ୍ରବରେ ପଡିଛି । କରୋନା ମହାମାରୀ ଯୋଗୁଁ ବିଜୟେନ୍ଦ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି ।

By amfnews

Related Post