Sat. Mar 7th, 2026

ରାଧେ ମା’ କହିଲେ ଭକ୍ତମାନଙ୍କ କୋଳରେ ବସିବି ନାହିଁ

626 Views

ଉତ୍ତରପ୍ରଦେଶର ପ୍ରୟାଗରାଜରେ କୁମ୍ଭ ମେଳାର ଶୁଭାରମ୍ଭ ପୂର୍ବରୁ ବିବାଦରେ ରହିଥିବା ଧର୍ମଗୁରୁ ରାଧେ ମା’ ଓରଫ ସୁଖବିନ୍ଦର କୌର୍‌ ଜୁନା ଆଖଡାକୁ ଫେରିଛନ୍ତି। ମାତ୍ର ୨୧ ବର୍ଷ ବୟସରେ ସେ ରାଧେ ମା ନାଆଁରେ ପ୍ରସିଦ୍ଧ ହୋଇଥିଲେ।
ଏ ସଂପର୍କରେ ଔପଚାରିକଭାବେ ଘୋଷଣା ସରିଛି। ଚଳିତ ମାସ ୨୫ ତାରିଖରେ କୁମ୍ଭ ମେଳାର ଶୁଭାରମ୍ଭ ହେବାକୁ ଥିବା ଜୁନା ଆଖାଡାରେ ରାଧେ ମା’ସାମିଲ ହେବେ।
ଏହି ଆଖାଡାରେ ରାଧେ ମା’ଙ୍କୁ ନିଲମ୍ବିତ କରାଯାଇଥିଲା। କିନ୍ତୁ ରାଧେ ମା ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିବାପରେ ତାଙ୍କୁ ପୁଣି ଥରେ ସୁଯୋଗ ମିଳିଛି। ସେ କ୍ଷମା ଯାଚନା ପତ୍ରରେ ଲେଖିଛନ୍ତି ଯେ ଆଉ ଆଖଡାର ନିୟମକୁ ଉଲ୍ଲଂଘନ କରିବେ ନାହିଁ କି ଭକ୍ତମାନଙ୍କ କୋଳରେ ବସିବେ ନାହିଁ।

ଏହି ଲିଖିତ କ୍ଷମାଯାଚନା କରିବାପରେ ରାଧେ ମା’ଙ୍କୁ କୁମ୍ଭ ମେଳା ସମୟରେ ମହାମଣ୍ଡଳେଶ୍ୱର ଭାବେ ଭୂମି ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରାଯିବ ବୋଲି ଜଣାଯାଇଛି। ୨୦୧୩ରେ ରାଧେ ମା’ ଓ ପାଇଲଟ୍‌ ବାବାଙ୍କୁ ଆଖଡା ପକ୍ଷରୁ ନିଲମ୍ବିତ କରାଯାଇଥିଲା।

By amfnews

Related Post