Sat. Nov 23rd, 2024

ରାତି ପାହିଲେ ଗଣେଶ ପୂଜା, କୋଭିଡ-୧୯ କଟକଣା ଲାଗି ନାହିଁ ଉତ୍ସାହ

By amfnews Aug 21, 2020 #Featured
110 Views

ନୂଆଦିଲ୍ଲୀ, ଅଗଷ୍ଟ ୨୧  : ରାତି ପାହିଲେ ସମଗ୍ର ଭାରତ ବର୍ଷରେ ଭଗବାନ ଗଣେଶଙ୍କ ପୂଜା ଅନୁଷ୍ଠିତ ହେବ । କିନ୍ତୁ ଚଳିତ ବର୍ଷର ଗଣେଶ ପୂଜା ଦେଶର ଅଧିକାଂଶ ସ୍ଥାନରେ ସାର୍ବଜନିକ ସ୍ଥଳରେ ଅନୁଷ୍ଠିତ ହେବ ନାହିଁ । କଭୋଡି-୧୯ ପ୍ରତିବନ୍ଧକ ସାଜିଛି । ଫଳରେ ଯୁବପୀଢ଼ି ଓ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ନାହିଁ । କାରଣ ଅଧିକାଂଶ ରାଜ୍ୟ ସରକାର ଘରେ ଗଣେଶ ପୂଜା କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ମହାରାଷ୍ଟ୍ର ବ୍ୟତୀତ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଗଣେଶ ପୂଜା ସାଧାରଣତଃ ଶିକ୍ଷାନୁଷ୍ଠାନ, ଯୁବକ ସଂଗଠନ, କ୍ଲବ, କିଛି ସରକାର ଓ ଘରୋଇ ସଂସ୍ଥାରେ ପାଳିତ ହୋଇଥାଏ । ମାତ୍ର ଚଳିତ ବର୍ଷ କରୋନା କଟକଣା ପାଇଁ ବିଦ୍ୟାଳୟ, କଲେଜ, ବିଶ୍ୱବିଦ୍ୟାଳୟ, କ୍ଲମ, ସାମାଜିକ ସଂଗଠନ ଓ ସହରର ମୁଖ୍ୟ ସ୍ଥାନଗୁଡ଼ିକରେ ଆୟୋଜନ ହେଉଥିବା ପୂଜାକୁ ବାତିଲ କରି ଦିଆଯାଇଛି ।

ଛାତ୍ରଛାତ୍ରୀମାନେ ଗଣେଶ ପୂଜା ଦିନ ବହୁତ ଉତ୍ସାହିତ ଥାଆନ୍ତି । ସେମାନେ ଗଣେଶ ପୂଜା ପୂର୍ବ ଦିନ ଠାରୁ ନିଜକୁ ପ୍ରସ୍ତୁତି କରିଥାନ୍ତି । ଗତ ମାର୍ଚ୍ଚ ପରଠାରୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ଥିବାରୁ ଏଠାରେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ହୋଇପାିବ ନାହିଁ । ଏତଦ ବ୍ୟତୀତ ମୂର୍ତ୍ତି କାରିଗର, ବ୍ୟବସାୟୀ ଓ ପୂଜକଙ୍କ ମନରେ ମଧ୍ୟ ଉତ୍ସାହ ନାହିଁ । କାରଣ ଏହି ସମୟରେ ମୂର୍ତ୍ତି କାରିଗର, ବ୍ୟବସାୟୀ ଓ ପୂଜକମାନଙ୍କର ଭଲ ରୋଜଗାର ହୋଇଥାଏ । ପୂର୍ବ ବର୍ଷ ତୁଳନାରେ ଚଳିତ ଥର ଦେଶରେ ଅଧିକାଂଶ ଛୋଟ ଛୋଟ ମୂର୍ତ୍ତି ତିଆରି ହୋଇଛି । କାରଣ ଲୋକେ ଛୋଟ ଗଣେଶ ମୂର୍ତ୍ତି ନେଇ ଘରେ ପୂଜାର କରିବା ସହଜ ହୋଇପାରୁଛି ।

By amfnews

Related Post