Sun. Mar 8th, 2026

ରାତି ଅଧରେ ୨୦୦ରୁ ଅଧିକ ଗଛ କାଟିଲା ପ୍ରଶାସନ, ୨୦୦ ଅଟକ

233 Views

ମୁମ୍ୱାଇ  : ଉତ୍ତର ମୁମ୍ୱାଇର ଆରେ କଲୋନୀରେ ହେବ ମେଟ୍ରୋ ଡିପୋ। ଏଥିପାଇଁ ୨୫୫୦ ଗଛ କଟାଯିବାକୁ ବିରୋଧ କରି ବମ୍ୱେ ହୋଇକୋର୍ଟରେ ଆବେଦନ ହୋଇଥିବା ସମସ୍ତ ଆବେଦନ ଖାରଜ ହୋଇଯାଇଛି। ବମ୍ୱେ ହାଇକୋର୍ଟ ସମସ୍ତ ଆବେଦନ ଖାରଜ କରିବାର କିଛି ସମୟ ପରେ ରାତି ଅଧିରେ ପ୍ରଶାସନ ୨୫୦୦ରୁ ୨୦୦ ଗଛ କାଟିଛି। ଲୋକମାନେ ଗଛ କଟାଯାଉଥିବା ନେଇ ଜାଣିବା ପରେ ଘଟଣାସ୍ଥଳକୁ ଆସି ବିରୋଧ କରିଥିଲେ। ଏମିତିକି ପ୍ରସ୍ତାବିତ ମେଟ୍ରୋ ଡିପୋ ସ୍ଥଳୀକୁ କିଛି ଲୋକ ପଶିଯାଇ ହଙ୍ଗାମା କରିଥିଲେ। ଏହାପରେ ପ୍ରଶାସନ ୨୦୦ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ଗଛ କଟାଯାଉଥିବା ସ୍ଥାନରେ ପୁଲିସ ଏବେ ସୁରକ୍ଷା ପାଇଁ ବ୍ୟାରିକେଡ ବ୍ୟବସ୍ଥା କରିଛି। ସାଧାରଣ ଲୋକ, ମିଡିଆ କର୍ମୀ କାହାକୁ ଗଛ କାଟିବା ସ୍ଥାନକୁ ପ୍ରବେଶ କରାଯାଉନଥିବା ଜଣାପଡ଼ିଛି। କିଛି ଲୋକ ଆରେ କଲୋନୀ ବାହାରେ ପ୍ରଶାସନର ଏହି ଗଛ କଟା ନିଷ୍ପତ୍ତିକୁ ବିରୋଧ କରି ନାରାବାଜି ଦେଉଛନ୍ତି।

ମହାରାଷ୍ଟ୍ରରେ ଚଳିତ ମାସ ବିଧାନସଭା ନିର୍ବାଚନ ରହିଛି। ବିଜେପି ଓ ଶିବେସନା ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ଆରେ କଲୋନୀରେ ଗଛ କଟାଯିବାକୁ ନେଇ ଉଦ୍ଧବ ଠାକରେ ଭିନ୍ନ ମତ ରଖିଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଦାୟୀ କରିଛନ୍ତି। ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର, ଦୀଆ ମିର୍ଜା ଆଦି ଟୁଇଟ କରି ଗଛ କଟା ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

By amfnews

Related Post