Sat. Mar 7th, 2026

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ; ପତାକା ଉତ୍ତୋଳନ କଲେ ରାଜ୍ୟପାଳ

205 Views

ଭୁବନେଶ୍ୱର : ଆଜି ସାରା ଦେଶରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଛି। ଏଥିରେ ରାଜ୍ୟପାଳ ଗଣେଣୀ ଲାଲ୍‌ ପତାକା ଉତ୍ତୋଳନ କରିଥିଲେ। ଏଥିସହ ସେ ମିଳିତ ପରେଡ୍‌ରେ  ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ପରେଡ୍‌ ଉତ୍ସବରେ ୪୮ଟି ଟିମ୍‌ ଅଂଶ ଗ୍ରହଣ କରିଥିଲେ। ସେହିପରି ଏଥିରେ ୧୨ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ଭାଗ ନେଇଥିଲେ।

ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବ ବର୍ଷ ଗୁଡ଼ିକରେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ କଟକରେ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରୁଥିଲେ।

By amfnews

Related Post