127 Views
ଭୁବନେଶ୍ବର, ମେ ୦୭ :
ରାଜ୍ୟରେ ଦୈନିକ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଲମ୍ଫ ଡିଆଁ ମାରୁଥିବା ଜଣାପଡିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଆଜି ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୧୯ ଜଣ କୋଭିଡ ପଜିଟିଭ ରୋଗୀଙ୍କ ଦେହାନ୍ତ ଘଟିଛି । ଯାହାଦ୍ବାରା କୋଭିଡ ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି ପାଇଛି ।
ମୃତକମାନଙ୍କ ମଧ୍ୟରେ ସୁନ୍ଦରଗଡରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଖୋର୍ଦ୍ଧାରୁ ୩ ଜଣ, ଭୁବନେଶ୍ବରରୁ ଜଣେ, ପୁରୀ ଓ ଗଞ୍ଜାମରୁ ୨ ଜଣଙ୍କ ମୃତ୍ୟୁ ଘଟିଛି ।
ସେହିପରି ଅନୁଗୁଳ, କଟକ, ଗଜପତି, ଦେବଗଡ, ବଲାଙ୍ଗୀର, ଝାରସୁଗୁଡା ଓ କଳାହାଣ୍ଡିରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।