246 Views
ଭୁବନେଶ୍ୱର , ଜୁଲାଇ ୨୨ : ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ନେଇ ଆଜି ଏସଆରସି ବିଷ୍ଣୁପଦ ସେଠୀ ପ୍ରେସମିଟ କରି ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନ ଥିବା ପ୍ରକାଶ କରିଛନ୍ତି। ଲଗାଣ ବର୍ଷାରୁ କେତେକ ସ୍ଥାନ ଜଳମଗ୍ନ ହୋଇଥିବା ସେ ଗଣମାଧ୍ୟମ ଆଗରେ କହିଛନ୍ତି।
ଶ୍ରୀ ସେଠୀ କହିଛନ୍ତି ଯେ, ବୁର୍ଲା ସହରରେ ସର୍ବାଧିକ ୬୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଛି। ଲଗାଣ ବର୍ଷାରେ ସମ୍ବଲପୁରର ୬ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଥିବାବେଳେ ୭୨୬ଟି ଘର ଭାଙ୍ଗିଛି। ସହରର କାଲମାଟି ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି । ବୌଦ୍ଧ, ସୋନପୁର, କଳାହାଣ୍ଡି, ଅନୁଗୁଳ, ବରଗଡ ଓ ସମ୍ବଲପୁର ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି। ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ଦୂର ହୋଇଛି ।