Fri. Mar 6th, 2026

ରାଜ୍ୟରେ ପୁଣି କରୋନା ଚିନ୍ତା, ଆଠଗଡର ପାଇକେରା ଗାଁକୁ ୫ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

357 Views

କଟକ, ଡିସେମ୍ବର ୨୪ : ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯୋଗୁଁ ଜିଲ୍ଲା ପ୍ରଶାସନ ଗୋଟିଏ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । କଟକ ଜିଲ୍ଲାର ଆଠଗଡ ବ୍ଲକରେ ଏକକାଳୀନ ୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି  ।

ମିଳିଥିବା ସୂଚନାନୁସାରେ, ଆଠଗଡ଼ ବ୍ଲକ ଯୋରନ୍ଦା ପଞ୍ଚାୟତ ପାଇକେରାପୁର ଗ୍ରାମକୁ ୫ ଦିନ ପାଇଁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରାଯାଇଛି। ଏହି ସମୟରେ ଲୋକଙ୍କୁ ଯିବାଆସିବା ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଥିବା ଆଠଗଡ଼ ବିଡିଓ ଅରୁଣ କୁମାର ଦାସ ସୂଚନା ଦେଇଛନ୍ତି।

ସ୍ଥାନୀୟ ପାଇକେରାପୁରରେ ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିଲା। ସେଥିରେ ମୋଟ ୭୫ ଜଣଙ୍କ ସ୍ବାବ ସଂଗ୍ରହ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ପାଇକେରାପୁର ଗ୍ରାମକୁ ସିଲ୍‌ କରାଯାଇଛି। ଗ୍ରାମରେ ଆହୁରି ଅଧିକ ଟେଷ୍ଟ ପାଇଁ ପଦକ୍ଷେପ ନେବାକୁ ପ୍ରଶାସନ ଯୋଜନା କରୁଛି। ପଜିଟିଭ ଆସିଥିବା ୯ ଜଣଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ସେ କାହା ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ଜିଲ୍ଲା ପ୍ରଶାସନ ତାହା ତନଖୀ ଆରମ୍ଭ କରିଛି  ।

By amfnews

Related Post