Mon. Jun 16th, 2025

ରାଜ୍ୟରେ ତାପମାତ୍ରାରେ ବଡ଼ ପରିବର୍ତନ ହେବନି, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପଡ଼ିବ କୁହୁଡ଼ି

By amfnews Nov 24, 2019 #Featured
131 Views

ଭୁବନେଶ୍ବର : ଚଳିତ ମାସରେ ତାପମାତ୍ରା ସେ‌ତେଟା ହ୍ରାସ ପାଇବନି। ସପ୍ତାହକ ମଧ୍ୟରେ ଅଳ୍ପ କିଛି ସ୍ଥାନରେ ରାତିର ତାପମାତ୍ରା ଗୋଟିଏ ଦୁଇ ଡିଗ୍ରି କମିବ। ନ ହେଲେ ପାରଦରେ ସେଭଳି ବଡ଼ଧରଣର ପରିବର୍ତନ ହେବନି। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୧୨.୬, ସୋନପୁରରେ ୧୩.୨, ଫୁଲବାଣୀରେ ୧୩.୪, ସୁନ୍ଦରଗଡ଼ରେ ୧୩.୫, ଅନୁଗୁଳରେ ୧୩.୬, କୋରାପୁଟରେ ୧୪.୬, ଭବାନୀପାଟଣାରେ ୧୫ ଡିଗ୍ରି ରେକର୍ଡ ହୋଇଛି।

By amfnews

Related Post