Tue. Dec 24th, 2024

ରାଜ୍ୟରେ ଚାଲିଛି ବିଜେପି-ବିଜେଡି-କଂଗ୍ରେସର ମେଣ୍ଟ ସରକାର : ଅରବିନ୍ଦ କେଜ୍ରିୱାଲ୍

By amfnews Jan 31, 2019 #Featured
247 Views

ଭୁବନେଶ୍ୱର,31 Dec. 2019: ଓଡ଼ିଶା ଆସିଲେ ଉଭୟ ବିଜେପି, ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଭୁବନେଶ୍ୱରରେ ଆୟୋଜିତ  ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି  ବିଜେପି, ବିଜେଡ଼ି ଓ କଂଗ୍ରେସକୁ ସମାଲୋଚନା  କରିଛନ୍ତି  କେଜ୍ରିୱାଲ । କହିଛନ୍ତି ଯେ, ଦୀର୍ଘ ୭୦ ବର୍ଷର  ସ୍ୱାଧୀନତା ପରେ ମଧ୍ୟ ଏହିଭଳି ରାଜନୈତିକ ଦଳମାନେ ଦେଶକୁ ଭିତରୁ ଦେବାଳିଆ କରିଦେଇଛନ୍ତି ।

ଆମ ପରେ ଯେଉଁ ଦେଶ ଗୁଡ଼ିକ ସ୍ୱାଧୀନତା ହାସଲ କରିଥିଲା ସେମାନେ ଆମ ଠାରୁ ବି ଅଧିକ ଉନ୍ନତି କରିଛନ୍ତି । କିନ୍ତୁ ଆମ ଦେଶ ଗରିବରୁ ଗରିବ ହୋଇଯାଉଛି ଏବଂ ସବୁଠାରୁ ଗରିବୀ ଓଡ଼ିଶାରେ ହିଁ ରହିଛି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ । ଆମେ ଭାରତୀୟ ଅନ୍ୟ ଦେଶ ତୁଳନାରେ ଅଧିକ ବୁଦ୍ଧମାନ୍ କିନ୍ତୁ ନେତାଙ୍କ କଳାବଜାରୀ ଆଉ ଦୁର୍ନୀତିର ଶିକାର ହୋଇ ପଛକୁ ରହିଯାଉଛେ

ଦିଲ୍ଲୀରେ ଥିବା ସ୍କୁଲଗୁଡ଼ିକର ଉଦାହରଣ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେଜ୍ରିୱାଲ । କହିଛନ୍ତି, ୪ ବର୍ଷ ପୂର୍ବେ ଦିଲ୍ଲୀରେ ଥିବା ସରକାରୀ ସ୍କୁଲ ଗୁଡ଼ିକର ଅବସ୍ଥା ଓଡ଼ିଶାର ସରକାରୀ ସ୍କୁଲ ଠାରୁ ମଧ୍ୟ ଜରାଜୀର୍ଣ୍ଣ ଥିଲା । କିନ୍ତୁ ଏବେ ତାହାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ଦିଲ୍ଲୀ ସରକାର । ବର୍ତ୍ତମାନ ଦିଲ୍ଲୀରେଥିବା ସରକାରୀ ସ୍କୁଲଗୁଡ଼ିକର ରେଜଲ୍ଟ ଘରୋଇ ସ୍କୁଲ ଠାରୁ ୧୦% ଅଧିକ ରହୁଛି । ଥରେ ଆସି ଦିଲ୍ଲୀରେ ଥିବା ସରକାରୀ ସ୍କୁଲ ଗୁଡ଼ିକୁ ଥରେ ବୁଲି ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି କେଜ୍ରିୱାଲ ।

ଏପରିକି ଦିଲ୍ଲୀରେ ବିଜୁଳି ଉତ୍ପାଦନ ନ ହୋଇ ୟୁନିଟ୍ ପିଛା ୧ଟଙ୍କା ନେଉଛି ଆମ ସରକାର କିନ୍ତୁ ର୍ଦୁଭାଗ୍ୟର କଥା ଓଡ଼ିଶାରେ ବିଜୁଳି ଉତ୍ପାଦନ ହେଉଥିଲେ ବି ଏଠାରେ ୟୁନିଟ୍ ପିଛା ୫ଟଙ୍କା ନେଉଛନ୍ତି ନବୀନ ସରକାର । ଯାହା ଦର୍ଶାଉଛି ରାଜ୍ୟବାସୀଙ୍କ ଠାରୁ ଲୁଟି ଖାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେଜ୍ରିୱାଲ୍ । ସେହିଭଳି ଓଡ଼ିଶାରେ ବିଜେପି-ବିଜେଡି-କଂଗ୍ରେସର ଗଠବନ୍ଧନ ସରକାର ଚାଲୁଛି । ଦୀର୍ଘ ୨୦ ବର୍ଷ ହେବ ଏଠାରେ ଖଣି ମାଫିଆଙ୍କ ସହ ହାତବାରିସୀ କରି ସରକାର ଚଳାଇଛନ୍ତି ବିଜେଡି-ବିଜେପି ଆଉ କଂଗ୍ରେସ ବୋଲି କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

By amfnews

Related Post