126 Views
ଭୁବନେଶ୍ୱର, ସେପ୍ଟେମ୍ବର ୦୩ : ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩୬୩୧ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ୨୨୧୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୪୧୭ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୪୧୧ରେ ପହଁଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୨୮,୭୬୩ ଜଣ ରୋଗୀ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଆଜି ଅନୁଗୁଳରେ ୪୧, ବାଲେଶ୍ୱରରେ ୧୧୪, ବରଗଡ଼ରେ ୨୩୮, ଭଦ୍ରକରେ ୧୮୬, ବଲାଙ୍ଗୀରରେ ୩୯, ବୌଦ୍ଧରେ ୨୭, କଟକରେ ୩୭୦, ଦେବଗଡ଼ରେ ୧୧, ଢେଙ୍କାନାଳରେ ୫୬, ଗଜପତିରେ ୯, ଗଞ୍ଜାମରେ ୧୦୭, ଜଗତସିଂହପୁରରେ ୭୯, ଯାଜପୁରରେ ୧୨୭, ଝାରସୁଗୁଡ଼ାରେ ୮୦, କଳାହାଣ୍ଡିରେ ୨୭, କନ୍ଧମାଳରେ ୪୪, କେନ୍ଦ୍ରାପଡ଼ାରେ ୮୫, କେନ୍ଦୁଝରରେ ୮୦, ଖୋର୍ଦ୍ଧାରେ ୭୨୨, କୋରାପୁଟରେ ୯୩, ମାଲକାନାଗିରିରେ ୫୫, ମୟୂରଭଞ୍ଜରେ ୩୬୫, ନବରଙ୍ଗପୁରରେ ୪୬, ନୟାଗଡ଼ରେ ୧୦୦, ନୂଆପଡ଼ାରେ ୪୯, ପୁରୀରେ ୧୫୭, ରାୟଗଡ଼ାରେ ୧୧୧, ସମ୍ବଲପୁରରେ ୬୮, ସୋନପୁରରେ ୫୦ ଓ ସୁନ୍ଦରଗଡ଼ରେ ୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଯାବତ ରାଜ୍ୟରେ ୧୯ ଲକ୍ଷ ୫୦ ହଜାର ୫୯୧ ନମୁନା ପରୀକ୍ଷଣ ହୋଇସାରିଛି ।