Sat. Apr 26th, 2025

ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ, ଆଜି ପୁଣି ୩୨୫୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

By amfnews Aug 29, 2020 #Featured
191 Views

ଭୁବନେଶ୍ୱର, ଅଗଷ୍ଟ ୨୯  : ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହେବାକୁ ଲାଗିଲାଣି । ରାଜ୍ୟରେ ଆଜି ଆଉ ୩୨୫୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୮୭ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୨୬୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୯୨୦ରେ ପହଁଞ୍ଚିଛି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧, ବାଲେଶ୍ୱରରେ ୭୮, ବରଗଡ଼ରେ ୧୪୬, ଭଦ୍ରକରେ ୭୬, ବଲାଙ୍ଗୀରରେ ୬୪, ବୌଦ୍ଧରେ ୩୮, କଟକରେ ୩୨୩, ଦେବଗଡ଼ରେ ୭, ଢେଙ୍କାନାଳରେ ୯୪, ଗଜପତିରେ ୨୦, ଗଞ୍ଜାମରେ ୧୬୯, ଜଗତସିଂହପୁରରେ ୩୬, ଯାଜପୁରରେ ୮୩, ଝାରସୁଗୁଡ଼ାରେ ୫୫, କଳାହାଣ୍ଡିରେ ୨, କନ୍ଧମାଳରେ ୨୬, କେନ୍ଦ୍ରାପଡ଼ାରେ ୭୭, କେନ୍ଦୁଝରରେ ୫୦, ଖୋର୍ଦ୍ଧାରେ ୭୬୨, କୋରାପୁଟରେ ୨୫, ମାଲକାନାଗିରିରେ ୨୧, ମୟୂରଭଞ୍ଜରେ ୧୨୩, ନବରଙ୍ଗପୁରରେ ୪୧, ନୟାଗଡ଼ରେ ୧୨୦, ନୂଆପଡ଼ାରେ ୨୫, ପୁରୀରେ ୧୩୫, ରାୟଗଡ଼ାରେ ୪୫୦, ସମ୍ବଲପୁରରେ ୬୩, ସୋନପୁରରେ ୩୮ଓ ସୁନ୍ଦରଗଡ଼ରେ ୯୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

By amfnews

Related Post