134 Views
ଭୁବନେଶ୍ୱର, ସେପ୍ଟେମ୍ବର ୨୬ : ରାଜ୍ୟରେ ଭୟଙ୍କର ଭାବରେ ମାଡି ଚାଲିଛି ମହାମାରୀ କରୋନା । ଆଜି ପୁଣି ରାଜ୍ୟରେ ସର୍ବାଧିକ ୧୬ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ୍ । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ଆଜି ଚିହ୍ନଟ ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କୋରାପୁଟରୁ ୩ ଜଣ, ପୁରୀରୁ ୩ ଜଣ, ଯାଜପୁରରୁ ଜଣେ, ଜଗତସିଂହପୁରରୁ ଜଣେ, କଟକରୁ ଜଣେ, ମୟୂରଭଂଜରୁ ଜଣେ, ବାଲେଶ୍ୱରରୁ ଜଣେ, ଯାଜପୁରରୁ ଜଣେ ଓ ବଲାଙ୍ଗିରୁ ଜଣଙ୍କ ମୃତ୍ୟୁ ହୋଇଛି ।