141 Views
ଭୁବନେଶ୍ୱର, ଅକ୍ଟୋବର ୦୩ : ରାଜ୍ୟରେ ଆଜି ଅର୍ଥାତ ଶନିବାର ଦିନ ଶୁକ୍ରବାର ଦିନ ଆଉ ୧୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ୍ । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୯୨ କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଆଜି ମୃତ୍ୟୁବରଣ କରିଥିବା ୧୭ ଜଣ ମୃତକଙ୍କ ମଧ୍ୟରୁ ବାଲେଶ୍ବର, ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୁରଭଞ୍ଜ ଏବଂ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।