Sat. Dec 28th, 2024

ରାଜ୍ୟର ସ୍ୱାର୍ଥ, କେନ୍ଦ୍ରୀୟ ପ୍ରକଳ୍ପ ଚୁଲିକୁ ଯାଉ ଡଙ୍କାରୀ ପାହାଡ଼ ଲୁଟ୍ ହେଉ

By amfnews Aug 31, 2018 #Featured
Will Continue Crusade Against Corruption, Says Damodar Rout, party cadres dismiss allegations as motivatedWill Continue Crusade Against Corruption, Says Damodar Rout, party cadres dismiss allegations as motivated
381 Views

ଡ଼କ୍ଟର ଦାମୋଦର ରାଉତ

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ·ଲିଛି ମାଫିଅ ।ଙ୍କ ଶାସନ । ଲିଜ୍ ନ ଥାଇ କି କୌଣସି କାଗଜପତ୍ର ନଥାଇ ଲୁଟ୍ ହେଉଛି ଦିନକୁ ୨ କୋଟି ଟଙ୍କାରୁ ଅଧିକ କଳାପଥର । ସୂଚନାଯୋଗ୍ୟ ଡଙ୍କାରୀରୁ ବେଅ ।ଇନ ଖନନ ଓ ୱାଗନ୍ ବ୍ଲାଷ୍ଟିଂ ଫଳରେ ଡଙ୍କାରୀ ଗ୍ରାମରେ ଗତ ୪ ବର୍ଷରେ ୩୦ଜଣରୁ ଉଦ୍ଧ୍ୱର୍ ଲୋକ ମୃତ୍ୟୁବରଣ କରିବା ଫଳରେ ସେତେବେଳେ ୨୦୧୬ ମସିହାରେ ହଇଚଇ ସୃଷ୍ଟି କରିଥିଲା । ବିନା ପରିବେଶ ମଞ୍ଜୁରୀରେ ଖୋଳୁଥିବା ଏହି ପଥର ଖାଦାନକୁ ତକ୍ରାଳୀନ ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ୨୫/୧୦/୨୦୧୫ରେ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଳେ । ଡଙ୍କାରୀ ମୌଜାର ଖାତା ନଂ ୨୨୧, ପ୍ଲଟ ନଂ- ୬୦୦ରେ ରହିଛି ୭୭୩ ଏକର ୬୦ ପର୍ବତ କିସମର ପାହାଡ଼ । ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ମାଫିଅ ।ଙ୍କର ଲୋଲୁପ ଦୃଷ୍ଟି ପଡ଼ିଛି ଏହି ପାହାଡ଼ ଉପରେ ।

ଏ ନେଇ ବାରମ୍ବାର ଅଭିଯୋଗ ଅ ।ନ୍ଦୋଳନ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ କୌଣସି ପ୍ରଭାବ ପକାଇ ପାରିନି ଏହି ପାହାଡ଼ ଲୁଟେରାଙ୍କୁ । ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟା ତଳେ ଥିବା ଏହି ଲୁଟେରାମାନେ ଯେମିତି ପାହାଡ଼କୁ ବିକଳାଙ୍ଗ କରିବାରେ ଲାଗିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଏଠାରେ ଏକ ଅଶୋଧିତ ତୈଳ ଭଣ୍ଡାର ଗଚ୍ଛିତ ରଖିବା ପାଇଁ ଗତ ୧୨/୦୯/୨୦୧୪ରେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୭ ମସିହାରେ ଏହି ପ୍ରକଳ୍ପ ଲାଗି ୩ ହଜାର ୮୦୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଥିଲେ । ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ୪୦୦ ଏକର ଜମି ଯୋଗାଇ ଦେବା ପାଇଁ କୁହାଯାଇଥିଲା । ପାହାଡ଼ ତଳେ ସୁଡଙ୍ଗ କରାଯାଇ ଭୂତଳ ତୈଳ ମହଜୁଦ୍ ରଖାଯିବ ।

ଯାହାର କ୍ଷମତା ୩.୭୫ ନିୟୁତ ମେଟ୍ରିକ୍ ଟନ୍ ହେବ । ପ୍ରାକୃତିକ ବିପର୍ଯ୍ୟୟ ଯୁଦ୍ଧ ଭଳି ଅ ।ପାଦକାଳୀନ ପରିସ୍ଥିତିରେ ଏହି ଭଣ୍ଡାରରେ ଗଚ୍ଛିତ ତୈଳ ୮ମ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯିବ । ଏହା ହେବ ଦେଶର ବୃହତ୍ତମ ତୈଳ ଭଣ୍ଡାର । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ କେନ୍ଦ୍ର ପେଟ୍ରୋଲିୟମ୍ ବିଭାଗ ଜମି ଯୋଗାଇ ଦେବାକୁ ବାରମ୍ବାର ରାଜ୍ୟକୁ ଚିଠି ଲେଖୁଛନ୍ତି । ଏଥିମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ନାଁ ରାଜ୍ୟସରକାର ଜମି ଦେଉଛନ୍ତି ନା କେନ୍ଦ୍ର ସରକାର ପ୍ରକଳ୍ପ କରୁଛନ୍ତି । ଏହାରି ଭିତରେ ମାଫିଅ ।ମାନେ ଲୁଟି ·ଲିଛନ୍ତି ଡଙ୍କାରୀ ପାହାଡ଼କୁ । ଡଙ୍କାରୀରରେ ରହିଛି ୫୫ଟିରୁ ଉଦ୍ଧ୍ୱର୍ ମେଗା କ୍ରସର ଯାହାର କ୍ଷମତା ଘଣ୍ଟାକୁ ୩୦୦ ମେଟ୍ରିକ୍ ଟନ୍ ବଡ ବଡ ପଥରକୁ ଚିପ୍ସ କରିପାରିବ । ସେହିଭଳି ଭାବେ (ନିଷିଦ୍ଧ) ୱାଗନ୍ ଡ୍ରିଲ୍କୁ ପଡ଼ୋଶୀ ରାଜ୍ୟ ଅ ।ନ୍ଧ୍ରରୁ ଅ ।ସିଥିବା ବିଶାରଦମାନେ ଏଠି ବ୍ଲାଷ୍ଟିଙ୍ଗ୍ କରୁଛନ୍ତି । ଏହି ସବୁ େ·ରା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ୨ ହଜାରରୁ ଉଦ୍ଧ୍ୱର୍ ହାଇୱା ଗାଡ଼ି ଓ ୨୦୦ରୁ ଉଦ୍ଧ୍ୱର୍ ହିଟାଚି ଓ ବ୍ରେକର ମେସିନ୍ ନିୟୋଜିତ ଅଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ତହସିଲ୍ଠାରୁ ଅ ।ରମ୍ଭ କରି ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ କୌଣସି ଫରକ ପଡ଼ିନି ।

ସ୍ଥାନୀୟ ପୋଲିସ୍ ବି ମଧ୍ୟ ପୂର୍ଣ୍ଣ ସମର୍ଥନ ଦିଅନ୍ତି ଏହି ବେଅ ।ଇନ୍ କାର୍ଯ୍ୟକୁ । ଡଙ୍କାରୀ ଲୁଟିବା ସମସ୍ତଙ୍କ ପାଇଁ ଏକ ବଜ୍ର ଶପଥ ହୋଇଥିବାବେଳେ ତହସିଲ୍ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ମୋଟା ଅଙ୍କର ବଟି ନେଇ ନିରବଦ୍ରଷ୍ଟା ସାଜିବା ଜିଲ୍ଲାବାସୀଙ୍କୁ ଅ ।ଶ୍ଚର୍ଯ୍ୟ କରିଛି । ୧୮/୦୩/୨୦୧୮ ରିଖରେ ଏଠାରେ ତୈଳ ପ୍ରକଳ୍ପ ହେବା ପାଇଁ ମୁଖ୍ୟ ଶାସନ ସଚିବ ଅ ।ଦିତ୍ୟ ପ୍ରସାଦ ପାଢୀ ଜିଲ୍ଲାପାଳଙ୍କୁ ଡଙ୍କାରୀ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଧର୍ମଶାଳା ତହସିଲଦାର ପ୍ରଭାସ କୁମାର ବେହୁରା ୧୨.୦୪.୨୦୧୮ରେ ଡଙ୍କାରୀ ବନ୍ଦ କରିବା ପାଇଁ ଚିଠି ନଂ ୧୧୮୬/୧୨/୦୪/୨୦୧୮ରେ ଏସ୍ଡିପିଓଙ୍କୁ ଡଙ୍କାରୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଚିଠି ଲେଖି ନିଜ କାମ ସାରିଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଡଙ୍କାରୀ ବନ୍ଦ ହେଲେ ୧୪୧୩ କୋଟି ୮୬ ଲକ୍ଷ ୯୧ ହଜାର ୮୩୦ ଟଙ୍କା ରାଜସ୍ୱ କ୍ଷତି ହେବ ବୋଲି ଜିଲ୍ଲାପାଳଙ୍କ ଜରିଅ ।ରେ ସରକାରଙ୍କୁ ପତ୍ର ଲେଖିଥିଲେ ।

କିନ୍ତୁ ଏ ବେଅ ।ଇନ୍ ଖନନ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଜିଲ୍ଲାପାଳଙ୍କଠାରୁ ଅ ।ରମ୍ଭ କରି ଜେନାପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ଡଙ୍କାରୀ ନାଁ ଶୁଣିଲେ ସମସ୍ତେ ଚୁପ୍ ରହିବା ସହ ଅଭିଯୋଗ କରୁଥିବା ଲୋକଙ୍କ ଉପରେ ମିଥ୍ୟା ମାମଲା ରୁଜୁ କରିବା ଜେନାପୁର ପୋଲିସ୍ର ଏକ ନିତିଦିନିଅ । ଘଟଣା ହୋଇଗଲାଣି । ଡଙ୍କାରୀ ଭଳି ଏକ ବୃହତ୍ ପାହାଡ଼ ଯାଜପୁର ଜିଲ୍ଲାରୁ ଢେଙ୍କାନାଳକୁ ଲମ୍ବିଛି । କିନ୍ତୁ ଢେଙ୍କାନାଳ ଏଠାରୁ ବହୁ ଦୂର ହେବାରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏହା ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । କିନ୍ତୁ ଏଠାରେ ନିଶ୍ଚନ୍ତା ଅଭୟାରଣ୍ୟଟି ରହିଥିବାବଳେ ଏଠାରେ ମଧ୍ୟ ଦୁଇଟି ଡ୍ୟାମ୍ ପାଇକରାପୁର ଓ ଅନ୍ୟଟି ରାଣୀବନ୍ଧ ରହିଛି । ଏହି ଦୁଇଟି ଡ୍ୟାମକୁ ରକ୍ଷଣାବେକ୍ଷଣ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଏହି ଡ୍ୟାମ ଦୁଇଟି ·ଷ କାର୍ଯ୍ୟରେ ଲାଗିପାରୁନାହିଁ ।

ଏହି ଡଙ୍କାରୀ ପାହାଡ଼ ଖନନ ଯୋଗୁଁ ପୋତି ହୋଇଥିବା ନେଇ ୩୧/୦୧/୨୦୧୮ରେ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଧର୍ମଶାଳାର ତହସିଲ୍ଦାରଙ୍କୁ ଲିଜ୍ ନ ଦେବା ଲାଗି ଚିଠି ଲେଖିଥିଲେ । କିନ୍ତୁ ମାଫିଅ ।ଙ୍କ ଗପ ଅ ।ଗରେ ସବୁ ଯେମିତି ·ପି ହୋଇଯାଇଛି । ଡଙ୍କାରୀରେ ଏବେ ସୃଷ୍ଟି ହେଉଛି ବିରାଟ ବିରାଟ ପୋଖରୀ । ଏହି ଗ୍ରାମରେ ଅତ୍ୟଧିକ ଗାଡ଼ି ଚଳାଚଳ ଯୋଗୁଁ ଦୁର୍ଘଟଣା ଏକ ନିତିଦିନିଅ । ଘଟଣା ହୋଇଥିଲେ ମଧ୍ୟ ପୋଲିସ୍ ଓ ମାଫିଅ ।ଙ୍କ ନାଲି ଅ ।ଖିରେ ସାଧାରଣ ଲୋକଙ୍କ ସ୍ୱର ଯେମିତି ଶୂନ୍ୟରେ ମିଳାଇ ଯାଉଛି । ଚର୍ଚ୍ଚାରେ ଥିବା ଡଙ୍କାରୀରୁ ୫୯ କୋଟି ଲୁଟ୍କୁ ନେଇ ୦୪/୦୭/୨୦୧୬ରିଖ ଚିଠି ନଂ ୨୦୪୩୦ରେ ରାଜସ୍ୱ ଯୁଗ୍ମସଚିବ ଅଭୟ କୁମାର ନାୟକ ଲେଖିଥିବା ଚିଠିରେ ଡଙ୍କାରୀରୁ ଲୁଟ୍ ହୋଇଥିବା ୫୯ କୋଟିରେ ଦାୟୀ ଅଧିକାରୀମାନଙ୍କ ନାମରେ ଚିହ୍ନଟ କରିବା ପାଇଁ ତକ୍ରାଳୀନ ଜିଲ୍ଲାପାଳ ସତ୍ୟକୁମାର ମଲ୍ଲିକଙ୍କୁ ଚିଠି ଲେଖିଥିଲେ ।

ପରବର୍ତ୍ତୀ ପର୍ଯ୍ୟାୟରେ ତକ୍ରାଳୀନ ଜିଲ୍ଲାପାଳ ଏହି ଲୁଟ୍ରେ ଧର୍ମଶାଳା ତହସିଲ୍ ଅର୍ନ୍ତଗତ ଡଙ୍କାରୀର ପୂର୍ବତନ ୧୦ ଜଣ ଅ ।ର.ଅ ।ଇ. ଧର୍ମଶାଳା ତହସିଲର ୧୦ଜଣ ତହସିଲଦାର ଓ ଯାଜପୁରର ୬ଜଣ ଉପଜିଲ୍ଲାପାଳମାନଙ୍କ ନାମ ଏହି େ·ରିରେ ସଂପୃକ୍ତ ଥିବା ନେଇ ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଥିଲେ ମଧ୍ୟ ତାହା ଉପରେ ବର୍ତ୍ତମାନ ସରକାର କୌଣସି ପଦକ୍ଷେପ ନେଇନଥିଲାବେଳେ ଏବେ ପୁନଶ୍ଚ ୧୪/୦୭/୨୦୧୮ରେ ପେଟ୍ରୋଲିୟମ୍ ସଚିବ ଏମ.ଏମ୍ କୁଟେ ଡଙ୍କାରୀରୁ ଖଣି ଖନନ ଓ ୱାଗନ ବ୍ଲାଷ୍ଟିଂ ବନ୍ଦ କରିବା ସହ ଅଶୋଧିତ ତୈଳ ଭଣ୍ଡାର ପାଇଁ ପରିବେଶ ସୃଷ୍ଟି କରିବା ସକାଶେ ଲେଖିଥିଲେ । ଏଠାରେ ସୂଚନାଯୋଗ୍ୟ ଦେଶରେ ୩ଟି ଅଶୋଧିତ ତୈଳ ଭଣ୍ଡାର ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

ସେଥିମଧ୍ୟରୁ କର୍ଣ୍ଣାଟକର ପାଡୁର, ଅ ।ନ୍ଧ୍ରପ୍ରଦେଶର ବିଶାଖାପାଟଣାରେ କାର୍ଯ୍ୟ ଅ ।ରମ୍ଭ ହୋଇଥିଲାବେଳେ ଓଡ଼ିଶାର ଡଙ୍କାରୀରେ ଏଯାଏଁ କାର୍ଯ୍ୟଅ ।ରମ୍ଭ ହୋଇନାହିଁ । ଏଠାରେ କାର୍ଯ୍ୟ ହେଲେ ଦୈନିକ ୩୫ଶହ ଲୋକ ଅ ।ତ୍ମନିଯୁକ୍ତି ପାଇବାର ସୁଯୋଗ ଥିବାବେଳେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ରାଜନୈତିକ ଚକ୍ରାନ୍ତରେ ଏକ ପ୍ରକଳ୍ପ ବିରୋଧୀ ମଞ୍ଚ ଗଠନ କରାଯାଇ ଏହି ପ୍ରକଳ୍ପକୁ ବିରୋଧ କରାଯିବା ବୁଦ୍ଧିଜୀବୀ ମହଲକୁ ଅ।ଶ୍ଚର୍ଯ୍ୟ କରିଛି ।

 

By amfnews

Related Post