Sat. Mar 7th, 2026

ରାଜ୍ୟର ବିଭିନ୍ନ ପ୍ରକଳ୍ପ ବାବଦରେ ୬୪୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ବାକି ପଡ଼ିଛି

253 Views

ନୂଆଦିଲ୍ଲୀ ,ଜାନୁଆରୀ ୨୮ : ଓଡ଼ିଶାରେ କେନ୍ଦ୍ର ସରକାରଙ୍କର ଅଧା ପଡ଼ି ରହିଥିବା କେତେକ ପ୍ରକଳ୍ପ ସମ୍ବନ୍ଧରେ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ରାଜ୍ୟ ସରକାରୀ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା  କରିଛନ୍ତି।

ମୁଖ୍ୟ  ଆବାସିକ କମିସନର ସୁନୀଲ ଭାର୍ଗବ ଓ ପ୍ରମୁଖ ସଚିବ ରାଜେଶ ବର୍ମାଙ୍କ ସହ କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସବିଶେଷ ଆଲୋଚନା କରିଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି କି, ରାଜ୍ୟର ବିଭିନ୍ନ ପ୍ରକଳ୍ପ ବାବଦରେ ୬୪୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ବାକି ପଡ଼ିଛି। ଗୃହ ନିର୍ମାଣ ବାବଦରେ ୧୦୦୦ କୋଟି ଟଙ୍କା, ସ୍ୱାସ୍ଥ୍ୟ ନିମନ୍ତେ ୩୭୫ କୋଟି ଟଙ୍କା, ଏନ୍‌ଆର୍‌ଇଜିଏସ୍‌ରେ ୪୦୦ କୋଟି ଟଙ୍କା ଓ କୃଷି ଲାଗି ୬୫୦ କୋଟି ଟଙ୍କା ସେଥିରେ ଅନ୍ତର୍ଭୁକ୍ତ। ପାନୀୟ ଜଳ ବାବଦରେ ୧୦୦ କୋଟି ଟଙ୍କା ବକେୟା ରହିଛି ଓ ସ୍ମାର୍ଟ ସିଟିରୁ ଦାରିଦ୍ର୍ୟ ହଟାଇବା ଲାଗି ୨୦୦ କୋଟି ଟଙ୍କାର ଅନୁଦାନରୁ ମାତ୍ର ୬ କୋଟି ଟଙ୍କା ଦିଆଯାଇଛି। ଉପରୋକ୍ତ ବିଭାଗର ବକେୟା ଅର୍ଥରାଶି ତୁରନ୍ତ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟଗୁଡ଼ିକ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ  ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

 

By amfnews

Related Post