311 Views
ମୋନାଲିସ ପରିଡା
ଫଟୋଗ୍ର।ଫି ଏକ ପୁରୁଷ ପ୍ରଧାନ କଳା ଭାବରେ ଗହଣୀୟ ହୋଇଥିଲେ ମଧ୍ୟ ଭାରତରେ କେତେକ ମହିଳା ଏଥିରେ ଦକ୍ଷତା ହାସଲ କରିବାର ପ୍ରମାଣ ରହିଛି । ସେମାନଙ୍କ ମଧ୍ୟରେ ୧୯୧୩ ମସିହାରେ ବମ୍ବେରେ ଜନ୍ମ ଗ୍ରହଣ କରିଥିବା ଶ୍ରୀମତି ହୋମାଇ ଭୟାରାୱାଲା ହେଉଛନ୍ତି ସର୍ବପ୍ରଥମ । ସେ ୧୯୩୦ ମସିହାରୁ ଜଣେ ପେଷାଦାର ଫଟୋଗ୍ରାଫର ଭାବରେ କାର୍ଯ୍ୟକରି ୧୯୩୦ ମସିହାରେ ଅବସର ଗ୍ରହଣ କରିବା ପରେ ୨୦୧୧ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଶ୍ରୀମତି ହୋମାଇ ଭୟାରାୱାଲା
ଭାରତର ଅନ୍ୟାନ୍ୟ ମହିଳା ଫଟୋଗ୍ରାଫର ହେଲେ ରଥିକ ରାମସାମୀ, ଦୟାନୀତା ସିଂ, ସୋନି ତାରାପୋରେଭାଲା, ରୋନିକା କାନ୍ଧାରୀ, ଶୀବା ଛାଛି ଓ ଲତିକା ନାଥ । ହିନ୍ଧୀ ଚଳଚିତ୍ରର ପ୍ରକ୍ଷାତ ଅଭିନେତ୍ରୀ ଶ୍ରୀମତି ୱାହିଦା ରହେମାନ ମଧ୍ୟ ଜଣେ ଫଟୋଗ୍ରାଫର ଭାବରେ ସୁନାମ ଅର୍ଜନ କରିଥିଲେ ମଧ୍ୟ ସେ ଜଣେ ସୁଦକ୍ଷ ଅଭିନେତ୍ରୀ ଭାବରେ ପରିଚିତ ହୋଇଥିବାରୁ ଫଟୋଗ୍ରାଫି କଳାରେ ଥିବା ତାଙ୍କ ଦକ୍ଷତା ସଂକର୍ପରେ ଜନସାଧାରଣ ବିଷେସ ଆଭାସ ପାଇପାରିନଥିଲେ । ନିକଟରେ ସାପ୍ତାହିକ ‘ଆଉଟ୍ ଲୁକ୍’ ପତ୍ରିକାରେ ୱାହିଦାଙ୍କ ଫଟୋଗ୍ରାଫି କଳା ସଂପର୍କରେ ଏକ ସ୍ୱତନ୍ତ୍ର ଆଲେଖ୍ୟ ପ୍ରକାଶିତ ହେବାପରେ ବିକ୍ଷାତ ଚଳଚିତ୍ର ନିର୍ଦ୍ଧେଶକ ଶ୍ରୀ ଓ.ପି ନାୟାରଙ୍କ ଧର୍ମପତ୍ନୀ ଶ୍ରୀମତି ୱାହିଦା ରହେମାନଙ୍କ ଫଟୋଗ୍ରାଫି କଳା ସଂପର୍କରେ ବହୁ ସଂଖ୍ୟକ ପାଠକପାଠିକା ଜାଣିବାରେ ସୁଯୋଗ ପାଇଛନ୍ତି ।
ଫଟୋଗ୍ରାଫି ଏକ କଷ୍ଟସାଧ୍ୟ କଳା ଭାବରେ ପରିଗଣିତ ହେଉଥିବାରୁ ଏବଂ ଆମ ରାଜ୍ୟରେ ଏହି କଳାରେ ମହିଳାମାନଙ୍କୁ ବିଶେଷ ଉତ୍ସାହିତ କରାଯାଉନଥିବାରୁ ଓଡ଼ିଶାରେ କୋଚିତ ମହିଳା ଫଟୋଗ୍ରାଫି କଳା ପ୍ରତି ଆଗ୍ରହ ଦେଖାଯାଉନଥିବା ପରିଲକ୍ଷିତ ହେଉଥିଲେ ମଧ୍ୟ ଶ୍ରୀମତି ସ୍ୱାତି ମହାପାତ୍ର ହେଉଛନ୍ତି ଏଦିଗରେ ଏକ ଉଲ୍ଲେଖ୍ୟ ଯୋଗ୍ୟ ବ୍ୟତିକ୍ରମ । ଏମ୍ ବିଏ ଶିକ୍ଷା ସମାପ୍ତି ପରେ ସ୍ୱାତି ‘ବାଇଓ ଟେକ୍’ ନାମକ ଏକ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିଥିବା ଓଡ଼ିଆ ଝିଅ ସ୍ୱାତି ହେଉଛନ୍ତି ସୁପରିଚିତା ଅଧ୍ୟାପିକା ତଥା ରାଜ୍ୟ ମହିଳା ଲୋକସଭା ଅୟୋଗର ପ୍ରଥମ ସଦସ୍ୟା ଅଧ୍ୟାପିକା ନିଳୀମା ମିଶ୍ର ଓ ବିଶିଷ୍ଠ ସମାଜସେବୀ ସ୍ୱର୍ଗତ ସୋମନାଥ ମହାପାତ୍ରଙ୍କ କନ୍ୟା ।
ରାଜ୍ୟର ପ୍ରଥମ ମହିଳା ଫଟୋଗ୍ରାଫର ସ୍ୱାତିଙ୍କର ଏକକ ଫଟୋ ପଦର୍ଶନୀ ରାଜଧାନୀ ସ୍ଥିତ ଲଳିତ କଳା ଏକାଡ଼େମିରେ ପଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଏହି ପଦର୍ଶନୀରେ ସର୍ବମୋଟ ୪୫ଗୋଟି ରଙ୍ଗିନ୍ ଫଟୋ ପଦର୍ଶିତ ହୋଇଛି ସେଥିମଧ୍ୟରୁ କେବଳ ୭ଗୋଟି ଚିତ୍ର ଚିଲିକାର ପକ୍ଷୀମାନଙ୍କ ଉପରେ ଆଧାରିତ ହୋଇଥିଲେ ମଧ୍ୟ ଅବଶିଷ୍ଠ ଚିତ୍ର ଗୁଡ଼ିକ ହିମାଳୟ, ଲାଦାଖ, ମଶୁରୀ, କାଶ୍ମୀର ଉପତ୍ୟାକା, ନେପାଳ, ଶିକିମ୍, ହିମାଞ୍ଚଳ ପ୍ରଦେଶ, ମେଘାଳୟ ପ୍ରଭୃତିର ପ୍ରାକୃତିକ ଆକର୍ଷକ ପ୍ରକୃତିର ଦୃଶ୍ୟ ସହିତ ଥାଇଲ୍ୟାଣ୍ଡ ଓ ମଧ୍ୟପ୍ରାଚ୍ୟ ଦେଶ ସମୂହର ଆନେକଗୁଡ଼ିଏ ବୈଚିତ୍ରମୟ ପ୍ରାକୃତିକ ଦୃଶ୍ୟ ଶ୍ରୀମତି ମହାପାତ୍ରଙ୍କ ପଦର୍ଶନୀରେ ସ୍ଥାନ ପାଇଛି ।
( ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ଙ୍କ ସହ ସ୍ଵାତି ମୋହାପାତ୍ର )
( ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଶ୍ରୀ ପ୍ରଣବ ପଟ୍ଟନାୟକ, ଚିତ୍ରଶିଳ୍ପୀ ଓ ଐତିହାସିକ ଶ୍ରୀ ଜଗନ୍ନାଥ ପ୍ରସାଦ ଏବଂ ଅଭିନେତା ତଥା ନିର୍ଦ୍ଧେଶକ ଶ୍ରୀ ଅନନ୍ତ ମୋହାପାତ୍ରଙ୍କ ସହ ସ୍ଵାତି )
(ଶିଳ୍ପଦ୍ୟୋଗୀ ସ୍ଵାମୀ ଗୌରୀ ଶଙ୍କର ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ, ଚିତ୍ରଶିଳ୍ପୀ ସାଇ କଲ୍ୟାଣୀ ଓ ଫୋଟୋଗ୍ରାଫର ପ୍ରଫୁଲ୍ଲ ଚନ୍ଦ୍ର ଧୀର)