Sun. Jun 8th, 2025

ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା : ପାଣିପାଗ ବିଭାଗ

By amfnews Jul 28, 2020 #Featured
213 Views

ଭୁବନେଶ୍ୱର, ଜୁଲାଇ ୨୮  : ଆଜି ରାଜ୍ୟର ୪ ଜିଲ୍ଲା ଯଥା ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଉତ୍ତର ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଧା, ବଲାଙ୍ଗୀର, ଅନୁଗୁଳ, ସୋନପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲା‌ର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରେ ଦୁଇ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି।

ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ରାଜ୍ୟରେ ଏବେ ଲଗାତାର ମୌସୁମୀ ଦୁର୍ବଳ ହେଉଛି। ଆଗକୁ ମଧ୍ୟ କିଛି ଦିନ ପର୍ଯ୍ୟନ୍ତ କୌଣସି ନୂଆ ସିଷ୍ଟମ ବିକାଶ କରିବାର ସମ୍ଭାବନା ନଥିବାରୁ ଏଭଳି ସ୍ଥିତି ଲାଗି ରହିବ।

By amfnews

Related Post