ରାଉରକେଲା, ୧୦ା୧୧ : ରାଜଧାନୀ ସ୍ଥିତ କ୍ଲବ୍ ଟାଉନରେ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ସ୍ୱଦେଶୀ ମେଳାରେ ଶ୍ରେଷ୍ଠ ଅବଦାନ ପାଇଁ ରାଉରକେଲାର ୱାଟର କ୍ରାଫ୍ଟ କମ୍ପାନୀକୁ ରାଜ୍ୟପାଳ ଗଣେଶୀଲାଲ ସମ୍ମାନିତ କରିଛନ୍ତି । କମ୍ପାନୀର ସ୍ୱତ୍ତ୍ୱାଧିକାରୀ ଜିତେନ୍ଦ୍ର ବସ୍ତିଆ ଓ ତାଙ୍କ ଧର୍ମପତ୍ନୀ ନିହାରିକା ବସ୍ତିଆ ରାଜ୍ୟପାଳଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ବସ୍ତିଆ ଦମ୍ପତ୍ତି ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଆଧୁନିକ ପ୍ରଣାଳୀରେ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କମ୍ପାନୀର ମୂଳ ଲକ୍ଷ୍ୟ । ଏହି କମ୍ପାନୀ ଗତ ୧୫ ବର୍ଷ ଧରି ନିଜ ଉତ୍ପାଦ ଜରିଆରେ ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି କମ୍ପାନୀ ଛୋଟ ଛୋଟ ଗାଁ ଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଲୋକମାନଙ୍କୁ ସେବା ଦେଇଆସୁଛି । ବର୍ତ୍ତମାନ କମ୍ପାନୀ ସରକାରୀ ପ୍ରକଳ୍ପରୁ ନେଇ ଶିଳ୍ପ ଅନୁଷ୍ଠାନରେ ୱାଟର ଟ୍ରିଟ୍ ମେଣ୍ଟ କରି ଆସ୍ଥା ଭାଜନ ହୋଇପାରିଛି । ରାଜ୍ୟପାଳ ଶ୍ରୀ ଲାଲ କମ୍ପାନୀର ଏଭଳି ସେବାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।