Sat. Mar 7th, 2026

ରାଜ୍ୟ ସରକାରଙ୍କର ବଡ଼ ଯୋଜନା; ଦେଶ ପରେ ଏବେ ବିଦେଶରେ କରାଯିବା ହକି ବିଶ୍ୱକପ୍‌ ପ୍ରଚାର

283 Views

ନୂଆଦିଲ୍ଳୀ: ଦେଶ ଭିତରେ ଭୁବନେଶ୍ୱର ହକି ବିଶ୍ୱକପର ପ୍ରଚାର ଲାଗି ବ୍ୟାପକ ଯୋଜନା ପ୍ରସ୍ତୁତ କରି ସାରିବା ପରେ ବିଦେଶ ମାଟି ଉପରେ ରାଜ୍ୟ ସରକାର ନଜର ପକାଇଛନ୍ତି। ଅଷ୍ଟ୍ରେଲିଆ ଏବଂ ଜର୍ମାନି ଭଳି ଦେଶ, ଯେଉଁଠି ହକି ବେଶ୍‌ ଲୋକପ୍ରିୟ, ସେଠାରେ ବିଶ୍ୱକପ୍‌ ସହ ଓଡ଼ିଶା ପର୍ଯ୍ୟଟନର ପ୍ରସାର ଭଳି ଯୁଗଳ ଲକ୍ଷ୍ୟକୁ ପୂରଣ କରିବା ଲାଗି ବସ୍‌ ବିଜ୍ଞାପନର ସହଯୋଗ ନେବାକୁ ନିଷ୍ପତ୍ତି ନିଆଯାଇଛି। ଅଷ୍ଟ୍ରେଲିଆର ସିଡନି ଏବଂ ଜର୍ମାନିର ମ୍ୟୁନିକରେ ଚାଲୁଥିବା ବସରେ ‘ସକାଳେ ଓଡ଼ିଶା, ସଞ୍ଜରେ ହକି’ ବା ‘ଓଡ଼ିଶା ବାଇ ମର୍ନିଂ, ‘ହକି ବାଇ ଇଭିନିଂ’ ଭଳି ସ୍ଲୋଗାନ ଲେଖାଯିବ।

ଏଥିରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଏବଂ ସେଗୁଡ଼ିକର ବିଶେଷତ୍ୱକୁ ଚିତ୍ର ମାଧ୍ୟମରେ ପ୍ରକାଶ କରାଯିବ। ଯାହାଦ୍ୱାରା ବିଶ୍ୱକପ୍‌ ଏବଂ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ଓ ପ୍ରସାରର ଯୁଗଳ ଲକ୍ଷ୍ୟ ସାଧନ ହୋଇପାରିବ। ସେହିଭଳି ଅଷ୍ଟ୍ରେଲିଆ ଓ ଜର୍ମାନିର ଅଧିକରୁ ଅଧିକ ହକିପ୍ରେମୀ ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର ଆସିବା ଲାଗି ଆକୃଷ୍ଟ ହେବେ। ସେମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଦେଖିବା ଲାଗି ମଧ୍ୟ ଆଗ୍ରହ ପ୍ରକାଶ କରିବେ। ଦିନବେଳେ ବିଦେଶୀ ହକିପ୍ରେମୀ ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖାପାଖରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିବା ପରେ ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମ ଯାଇ ପରିବାର ଏବଂ ବନ୍ଧୁ ବର୍ଗଙ୍କ ସହ ନିଜ ଦଳକୁ ଉତ୍ସାହିତ କରି ପାରିବେ।

By amfnews

Related Post