Tue. Dec 24th, 2024

ରାଜ୍ୟ ସରକାରଙ୍କ ଅନଲକ୍ ୬.୦‌ ଗାଇଡଲାଇନ,୧୬ତାରିଖରେ ଖୋଲିବ ସ୍କୁଲ

By Prasanta Patnaik Oct 31, 2020 #Featured
188 Views

ଓଡ଼ିଶା ,ଅକ୍ଟୋବର ୩୧ : ରାଜ୍ୟ ସରକାରଙ୍କ ଅନଲକ୍ ୬.୦‌ ଗାଇଡଲାଇନ୍ ଜାରି ହୋଇଛି। ନୂଆ ଗାଇଡଲାଇନ୍ ଅନୁସାରେ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ ସିନେମା ହଲ୍‌, ସୁଇମିଂ ପୁଲ୍ ଏବଂ ଅଡିଟୋରିୟମ୍‌। ସିନେମା ହଲ୍‌, ସୁଇମିଂ ପୁଲ୍ ଏବଂ ଅଡିଟୋରିୟମ୍ ଖୋଲିବା ନେଇ ନଭେମ୍ବର ୧୬ ତାରିଖରେ ନିଷ୍ପତ୍ତି ନିଆଯିବ। ବିବାହ କାର୍ଯ୍ୟରେ ଯୋଗ ଦେଇ ପାରିବେ ୨ ଶହ ଜଣ ବ୍ୟକ୍ତି ।

ଅନ୍ତିମ ସଂତ୍କାରରେ ଯୋଗ ଦେଇ ପାରିବେ ୫୦ ଜଣ ବ୍ୟକ୍ତି। ତେବେ କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ୍ ‌ଜାରି ରହିବ। ସେହିପରି ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ୫୦ ପ୍ରତିଶତ ଲୋକଙ୍କୁ ନେଇ ହଲ୍ ଭିତରେ କାର୍ଯ୍ୟକ୍ରମ ହୋଇପାରିବ। କଟକଣା ସହ ଧାର୍ମକସ୍ଥଳୀରେ ପୂଜା ଅନୁମତି ଦେଇପାରିବେ ପ୍ରଶାସନ।

ସେହିପରି ରାଜ୍ୟରେ ନଭେମ୍ବର ୧୬ ତାରିଖରୁ ଖୋଲିବ ସ୍କୁଲ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଆସିବେ ସ୍କୁଲ। ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ। ରାଜ୍ୟ ସରକାରଙ୍କ ଅନ୍‌ଲକ୍‌-୬ ଗାଇଡଲାଇନ୍ ଜାରି ହୋଇଛି। ତେବେ ସ୍କୁଲ ଖୋଲିବା ନେଇ ଜାରି ହେବ ଏସ୍‌ଓପି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେବ ଏସ୍‌ଓପି। ତେବେ କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ୍ ‌ଜାରି ରହିବ ବୋଲି ସୂଚନାରେ କୁହାଯାଇଛି।

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ସ୍କୁଲ ବନ୍ଦ ରହିଛି । ପୂର୍ବରୁ ଦୁର୍ଗାପୂଜା ପରେ ସ୍କୁଲ ଖୋଲିବ ବୋଲି କୁହାଯାଉଥିଲା । ହେଲେ କରୋନା ସଂକ୍ରମଣ କମ୍ ହୋଇନଥିବାରୁ ସ୍କୁଲ ଖୋଲିନଥିଲା । ଏପଟେ ରାଜ୍ୟରେ କରୋନା ସଂକ୍ରମଣ ଏ ପର୍ଯ୍ୟନ୍ତ ନିୟନ୍ତ୍ରଣାଧୀନ ହୋଇ ନ ଥିବାରୁ ସ୍କୁଲ ନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ତେବେ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢ଼ା ଯାଉଛି ।

କିନ୍ତୁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ନଥିବାରୁ ଏଥିରୁ ସମସ୍ତେ ଉପକୃତ ହୋଇପାରୁନାହାଁନ୍ତି । ତେଣୁ ରାଜ୍ୟରେ ନଭେମ୍ବର ୧୬ ତାରିଖରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post