Fri. Mar 6th, 2026
354 Views

ଭୁବନେଶ୍ୱର,29 Jan. 2019: ରାଜ୍ୟ କ୍ୟାବିନେଟ ବୈଠକରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସିଆନ୍‌ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ (ଏଏସବିଏମ)କୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସଚିବାଳୟ ଡାଟା ଏଣ୍ଟ୍ରି ଅପରେଟର କ୍ୟାଡର ରୁଲରେ ସଂଶୋଧନ ହେବ। ଡାଟା ଏଣ୍ଟ୍ରି ଅପରେଟରଙ୍କ ପଦୋନ୍ନତି ପାଇଁ ୨ଟି ସ୍ତର ବୃଦ୍ଧି ନିଷ୍ପତ୍ତି ହୋଇଛି।

କ୍ୟାବିନେଟ ବୈଠକରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ନେଇ ୫ଟି ଟେଣ୍ଡରକୁ ଅନୁମୋଦନ ଦିଆଯାଇଛି। ଭଦ୍ରକ ଜିଲ୍ଲାର ଲୁଣିପାଣି ଅଂଚଳକୁ ପାଇପ ପାଣି ଯୋଗାଣ ହେବ। ଏହା ଦ୍ୱାରା ଜିଲ୍ଲାର ୫ଟି ବ୍ଲକ ଉପକୃତ ହେବେ। ଏହି ପ୍ରକଳ୍ପରେ ମୋଟ ୭୫୪ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦୁଝର ଜିଲ୍ଲାରେ ପାନୀୟ ଜଳ ପାଇଁ ୯୭୯ କୋଟି ଟେଣ୍ଡର ମଂଜୁରୀ ହୋଇଛି। ସେହିଭଳି ଅନୁଗୁଳ ଜିଲ୍ଲାର ଖଣି ଅଂଚଳରେ ପାନୀୟ ଜଳ ପାଇଁ ୭୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦୁଝର ଓ ଅନୁଗୁଳ ଜିଲ୍ଲା ପାଇଁ ଡିଏମ୍‌ଏଫ ପାଣ୍ଠିରୁ ଖର୍ଚ୍ଚ ହେବ। ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରେ ପାନୀୟ ଜଳ ପାଇଁ ୩୧୫ କୋଟି ଟଙ୍କା ଖର୍ଚ୍ଚ ହେବ।

By amfnews

Related Post