Fri. Dec 27th, 2024

ରାଜ୍ୟ କ୍ୟାବିନେଟ୍ ର ବଡ ଅନୁମୋଦନ : ପୁରୀ ଓ ଯାଯପୁରରେ ପ୍ରତିଷ୍ଟା ହେବ ମେଡିକାଲ କଲେଜ୍‌

By amfnews Dec 14, 2020 #Featured
248 Views

ଭୁବନେଶ୍ୱର, ଡିସେମ୍ବର ୧୪ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଆଉ ବଡ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ପୁରୀ ଓ ଯାଯପୁର ଜିଲ୍ଲାରେ ଦୁଇଟି ମେଡିକାଲ କଲେଜ ପ୍ରତିଷ୍ଟା ପାଇଁ ରାଜ୍ୟ କ୍ୟାବିନେଟ୍ ର ଅନୁମୋଦନ ମିଳିଛି ।

୬୫୧ କୋଟି ଟଙ୍କା ବିନିମୟରେ ସ୍ଥାପନା ହେବାକୁ ଥିବା ଏହି ଦୁଇଟି ମେଡିକାଲ୍ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ଟେଣ୍ଡରକୁ ଅନୁମୋଦନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏହା ଦ୍ୱାରା ରାଜ୍ୟରେ ଆଉ ଦୁଇଟି ନୂଆ ମେହିକାଲ୍ କଲେଜ ପ୍ରତିଷ୍ଟା ହେବା ଦ୍ୱାରା ରାଜ୍ୟରେ ଡାକ୍ତରଙ୍କ ଆବଶ୍ୟକତାକୁ ପୂର୍ଣ୍ଣ କରାଯାଇ ପାରିବ ।

ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ଯାଜପୁରରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ବେଡ୍ ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ନିମନ୍ତେ ୪୨୬.୫୧ କୋଟି ଟଙ୍କାର ଟେଣ୍ଡର ପାଇଁ ଏଲଆଣ୍ଡଟି ଯୋଗ୍ୟ ବିବେଚିତ ହୋଇଛି । ଟର୍ଣ୍ଣ-କି ଚୁକ୍ତିରେ ସର୍ବନିମ୍ନ ଟେଣ୍ଡରଧାରୀ ଏଲଆଣ୍ଡଟି ଏହି ଟେଣ୍ଡରକୁ ପାଇଥିବାବେଳେ ୩୬ ମାସ ବା ତିନି ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ କରାଯିବ ।

ସେହିପରି ପୁରୀ ମେଡିକାଲ କଲେଜରେ ୬୫୦ ବେଡ୍ ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା ସ୍ଥାପନ ନିମନ୍ତେ ମଧ୍ୟ ୨୨୪.୫୫କୋଟି ଟଙ୍କାର ଟେଣ୍ଡର ଏଲଆଣ୍ଡଟିକୁ ମିଳିଛି । ୩୬ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଟେଣ୍ଡରକୁ ମଧ୍ୟ ଟର୍ଣ୍ଣ-କିରେ ସମ୍ପନ୍ନ କରାଯିବ । ଆସନ୍ତା ୩ ବର୍ଷ ମଧ୍ୟରେ ଏହି ଦୁଇଟି ମେଡିକାଲ୍ କଲେଜ ଓ ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

By amfnews

Related Post