Thu. Nov 7th, 2024

ରାଜ୍ୟ ଉଷୁରେ କଳିଙ୍ଗ ୱାରିୟର୍ସର ଚମକପ୍ରଦ ପ୍ରଦର୍ଶନ

By amfnews Aug 24, 2018 #Featured
440 Views

ରାଉରକେଲା, ୨୪ା୮ : ନିକଟରେ ଉଦ୍ୟାପିତ ହୋଇଥିବା ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ରାଉରକେଲାର କଳିଙ୍ଗ ୱାରିୟର୍ସ ଉଷୁ ଦଳ ଚମକପ୍ରଦ ପ୍ରଦର୍ଶନ କରି ସହରକୁ ଫେରିଛି । କଳିଙ୍ଗ ୱାରିୟର୍ସର ସାଧାରଣ ସମ୍ପାଦକ ସୁଜନ କୁମାରଙ୍କ ସୂଚନା ଅନୁଯାୟୀ ଗତ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ବେଲପାହାଡ ଜୁବୁଲି ହଲ୍ଠାରେ ଆୟୋଜିତ ହୋଇଥିବା ୨୬ତମ ଓଡିଶା ରାଜ୍ୟ ଉଷୁ ପ୍ରତିଯୋଗିତାରେ ସମଗ୍ର ରାଜ୍ୟରୁ ୩୫୦ ଜଣ ଖେଳାଳୀ ସାନ୍ସୁ ଓ ତାଉଲୁ ଖେଳରେ ଅଂଶଗ୍ରହଣ କରିଥିଲେ ।

ସୁନ୍ଦରଗଡ ଉଷୁ ଦଳ ୧୩ ବର୍ଷର ବ୍ୟବଧାନ ପରେ ସହରର ଜଣାଶୁଣା କଳା କେନ୍ଦ୍ରର ୧୬ ଜଣ ଖେଳାଳୀଙ୍କ ଉକ୍ରର୍ଷ ପ୍ରଦର୍ଶନ ଦ୍ୱାରା ଦଳଗତ ବିଜେତା ହୋଇପାରିଛି । ଉଦ୍ୟାପନୀ ଉତ୍ସବରେ ବେଲପାହାଡର ନଗରପାଳ ପର୍ଶୁରାମ ସାହୁ ଏବଂ ଓଡିଶା ରାଜ୍ୟ ଉଷୁ ସଙ୍ଗଠନ ସଭାପତି ଇଂ.ଏସ୍.ଏସ୍. ହରିଚନ୍ଦନ ଖେଳାଳୀ ଓ ସର୍ବଶ୍ରେଷ୍ଠ ଦଳକୁ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାରେ କଳିଙ୍ଗ ୱାରିୟର୍ସର ମୁଖ୍ୟ ପ୍ରଶିକ୍ଷକ ସୁଜନ କୁମାର ବିଚାରକ ଦାୟିତ୍ୱ ତୁଲାଇଥିବା ବେଳେ ମନୋଜ ମାଝି ଟିମ୍ ମ୍ୟାନେଜର ଦାୟିତ୍ୱ ତୁଲାଇ ଥିଲେ ।

ଦଳ ପକ୍ଷରୁ ସୁଲଗ୍ନା ମିଶ୍ର ଜୁନିୟର ବାଳିକା ବର୍ଗର ୫୫ କେଜିରେ ଏକମାତ୍ର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ୬ ବର୍ଷରୁ କମ୍ ବାଳକ ବିଭାଗରେ ଅନିକେତ ମାଝି ରୌପ୍ୟ ପଦକ, ୬ ବର୍ଷରୁ ଊଦ୍ଧ୍ୱର୍ ବାଳକ ବିଭାଗରେ ଅଦିତ ପାଣ୍ଡେ ୨୮ କେଜି ବର୍ଗରେ, ଶିଭମ ବର୍ମା ୪୫ କେଜି ବର୍ଗରେ ଓ ସିଦ୍ଧାର୍ଥ ସାହୁ ୩୫ କେଜି ବର୍ଗରେ କାଂସ୍ୟ ପଦକ, ମଳୟ ନନ୍ଦ ୫୫ କେଜି ବର୍ଗରେ ରୌପ୍ୟ ପଦସ ହାସଲ କରିଛନ୍ତି ।

ସେହିପରି ଶ୍ରିଷ୍ଟି ସିହ୍ନା ୩୦ କେଜି ବର୍ଗରେ କାଂସ୍ୟ ପଦସ ଲାଭ କରିଛନ୍ତି । ଅନୁରୂପ ଭାବେ ଜୁନିୟର ବର୍ଗରେ ସଞ୍ଜୟ ଓରାମ ୫୬ କେଜି ବର୍ଗରେ ରୌପ୍ୟ ଓ ଆର୍ଯ୍ୟନ ପ୍ରଖର ୭୦ କେଜି ବର୍ଗରେ ରୌପ୍ୟ ଏବଂ ସୁଲଗ୍ନା ମିଶ୍ର ୫୫ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ, ଏବଂ ବରିଷ୍ଠ ୭୦ କେଜି ବର୍ଗରେ ଅକାଶ ପୁରନ ରୌପ୍ୟ ଓ ତମନ୍ନା ମିଶ୍ର ୪୫ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । କୋଚ୍ ସୁଜନ କୁମାର ସାନ୍ସୁ ବିଚାରକ ଭାବେ ଉତ୍ତୀର୍ଣ୍ଣ ହୋଇ ମାନ୍ୟତାପ୍ରାପ୍ତ ବିଚାରକ ଭାବେ ନିଯୁକ୍ତ ହୋଇଛନ୍ତି ।

କଳିଙ୍ଗ ୱାରିୟର୍ସର ଏହି ସଫଳତା ପାଇଁ ଓଡିଶା ଉଷୁ ସଂଘ ସଭାପତି ଇଂ.ଏସ୍.ଏସ୍. ହରିଚନ୍ଦନ, ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, କଳିଙ୍ଗ ୱାରିୟର୍ସ ସଭାପତି ତଥା ସମାଜସେବୀ ଦୀପକ ତିୱାରୀ, ଉପସଭାପତି ତଥା ସମାଜସେବୀ ଜୋୟା ତ୍ରିପାଠୀ ଏବଂ ରାଉରକେଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଜେତାମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଛନ୍ତି ।

By amfnews

Related Post