Sun. Mar 8th, 2026

ରାଜନୈତିକ ଦଳକୁ ଭେଟିଲେ ନିର୍ବାଚନ କମିସନର୍‌ଙ୍କ ଛଅଜଣିଆ ଟିମ୍‌

231 Views

ଭୁବନେଶ୍ୱର: ବୁଧବାର ଦିନ ଅଶୋକ ଲାଭାସାଙ୍କ ନେତୃତ୍ୱରେ ଭାରତର ନିର୍ବାଚନ କମିସନଙ୍କର ଏକ ଛଅଜଣିଆ ଟିମ୍‌ ରାଜ୍ୟରେ କିପରି ସୁଚାରୁରୂପେ ସାଧାରଣ ନିର୍ବାଚନ ଆୟୋଜନ ହେବ ସେଥି ନେଇ ଭୁବନେଶ୍ୱରରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରିଛିନ୍ତି।

ନିର୍ବାଚନ କମିଶନଙ୍କର ଛଅଜଣିଆ ଟିମ୍‌କୁ କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ତରଫରୁ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଏବଂ ବିଜୁ ଜନତା ଦଳ ପକ୍ଷରୁ ସସ୍ମିତ ପାତ୍ର ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟିଛନ୍ତି। ଭାରତୀୟ ଜନତା ପାର୍ଟି  ଶାସକ  ଦଳ ଯେପରି ସରକାରୀ କଳର ଅପପ୍ରୟୋଗ ନ କରେ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ବାଚନ କମିଶନଙ୍କର ଛଅଜଣିଆ ଟିମ୍‌ ନିକଟରେ ଦାବି କରିଛି।

By amfnews

Related Post