397 Views
ନୂଆଦିଲ୍ଲୀ, ଡିସେମ୍ବର ୧୨ : ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ନିର୍ବାଚନରେ କଂଗ୍ରେସ ତିନୋଟି ରାଜ୍ୟରେ ସରକାର ଗଢ଼ିବାକୁ ସକ୍ଷମ ହୋଇଛି । ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଦୀର୍ଘ ୧୫ ବର୍ଷ ଧରି ଶାସନ କରୁଥିବା ବିଜେପିକୁ ଗାଦଚ୍ୟୁତ କରିଛି କଂଗ୍ରେସ । ହିନ୍ଦୀ ଭାଷାଭାଷୀ ରାଜ୍ୟରେ କଂଗ୍ରେସର ବିଜୟ ପରେ ବିଜେପିକୁ କଟାକ୍ଷ କରିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାଜନୀତିରେ କ’ଣ ନ କରିବାକୁ ହେବ ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଶିକ୍ଷାଲାଭ କରିଛି ବୋଲି ରାହୁଲ କହିଛନ୍ତି ।
ରାହୁଲ ଅତି ତାତ୍ସଲ୍ୟଭାବେ କହିଛନ୍ତି ଯେ ବିରୋଧୀଦଳ ନେତା ଭାବେ ମୁଁ ଦୁଃଖ ପ୍ରକାଶ କରୁଛି କି ପ୍ରଧାନମନ୍ତ୍ରୀ ଦେଶ କ’ଣ ଚାହୁଁଛି ତାହା ଶୁଣି ପାରିଲେନି । ଦେଶରେ ବର୍ତ୍ତମାନ ସ୍ଥିତିରେ ବେକାରୀ ଓ ଚାଷୀ ସବୁଠୁ ବଡ ପ୍ରସଙ୍ଗ ଯାହାକୁ ମୋଦୀ ଜାଣିପାରିଲେ ନାହିଁ । ସେପଟେ ବିଜେପିର କଂଗ୍ରେସ ମୁକ୍ତ ସ୍ଲୋଗନକୁ ନେଇ ମଧ୍ୟ ମତ ରଖଛନ୍ତି ରାହୁଲ । ରାହୁଲ ରାଜନୀତିର ନୂଆ ଟ୍ରେଣ୍ଡ ଦର୍ଶାଇବାକୁ ପୁରା ଚେଷ୍ଟା କରିଥିଲେ । ବିଜେପି ଏକ ବିଚାରଧାରା ଅଟେ, କଂଗ୍ରେସ ସେ ବିଚାରଧାରା ବିରୋଧରେ ଲଢିବ । ଦେଶରୁ ଆମେ କାହାକୁ ମୁକ୍ତ କହିବାକୁ ଚାହୁଁନୁ ବୋଲି ରାହୁଲ କହିଛନ୍ତି ।