184 Views
ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ। ମିଳିତ ଶିକ୍ଷକ ମଞ୍ଚର ଆନ୍ଦୋଳନ ୫୪ ଦିନରେ ପହଞ୍ଚିଥିବାବେଳେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ଦାବି ପୂରଣ ହୋଇନାହିଁ। ସରକାର ଯଦି ଏହାକୁ ଅଣଦେଖା କରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ମିଳିତ ଶିକ୍ଷକ ମଞ୍ଚ ଚେତାବନୀ ଦେଇଛି ।