113 Views
ଭୁବନେଶ୍ୱର, ଅକ୍ଟୋବର ୦୧ : ରାଜଧାନୀ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଆଜି ଆଉ 340 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ମୋଟ୍ 340 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ 84ଜଣ ରହିଥିବାବେଳେ 256ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଭାବେ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
ଶହୀଦ୍ ନଗର, ନୟାପଲ୍ଲୀ, ଶୈଳଶ୍ରୀବିହାର, ୟୁନିଟ୍-9ରୁ 10 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପଟିଆରୁ 13 ଜଣ, ରସୁଲଗଡରୁ 5 ଜଣ, ମଞ୍ଚେଶ୍ବରରୁ 7ଜଣ, ଚନ୍ଦ୍ରଶେଖରପୁରରୁ 13 ଜଣ, ଆଇଆରସି ଭିଲେଜରୁ 12ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 337ଜଣ ସୁସ୍ଥ ହୋଇଛନ୍ତି । ନୂତନ 340 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 22 ହଜାର 235ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 18 ହଜାର 585ରେ ପହଞ୍ଚିଛି । ସେହିପରି 96 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 536ଜଣ ।