Tue. Dec 24th, 2024

ରାଜଧାନୀରେ କରୋନା ନିୟନ୍ତ୍ରଣ ପାଇଁ ଆଜି ଠାରୁ ୯ଟି ହସ୍ପିଟାଲରେ ଆରମ୍ଭ ହେବ କରୋନା ନମୂନା ପରୀକ୍ଷଣ

By amfnews Aug 11, 2020 #Featured
152 Views

ଭୁବନେଶ୍ୱର, ଅଗଷ୍ଟ ୧୧ : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ମହାମାରୀ କରୋନା ଭାଇରସ୍ । ବୃଦ୍ଧି ପାଉଥିବା କରୋନା ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜଧାନୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥାକୁ ଅଧିକ ସମ୍ପ୍ରସାରିତ କରାଯିବା ନେଇ ଯୋଜନା କରିଛି ଭୁବନେଶ୍ୱର ମହାନଗର ନିଗମ ପ୍ରଶାସନ । ଏନେଇ ଆଜିଠୁ ଭୁବନେଶ୍ୱରର ୯ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟ କରିବା ନେଇ ସୂଚନା ଦେଇଛି ବିଏମସି ।

ଆଜିଠୁ ସହରର ୯ଟି ସହରାଞ୍ଚଳ ହସ୍ପିଟାଲ୍‌କୁ ଲୋକେ ଯାଇ କରୋନା ଟେଷ୍ଟ କରାଇପାରିବେ। ଏହି ସେଣ୍ଟରଗୁଡ଼ିକ ହେଉଛି ନିଳାଦ୍ରୀ ବିହାର, ୟୁନିଟ୍-୩, ପୋଖରୀପୁଟ୍, ୟୁନିଟ୍-୮, ୟୁନିଟ୍-୯, ସହିଦ ନଗର, ପଟିଆ, ଡମ୍‌ଡୁମା ଏବଂ ୟୁନିଟ୍-୪ UPHCରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ହେବ। ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏ ଲୋକେ ଆସି ନିଜ ନିଜର ଟେଷ୍ଟ କରାଇପାରିବେ।

By amfnews

Related Post