Fri. Mar 6th, 2026

ରାଜଧାନୀରେ ଏହି ଜାଗାରେ ସବୁ କୁକୁଡ଼ା ମାରିଦେଲେ ସରକାର !ଗଠନ ହୋଇଛି ୧୨ଟି ସ୍ୱତନ୍ତ୍ର ଟିମ୍

289 Views

ଭୁବନେଶ୍ୱର :ଗବେଷଣା ଲାଗି ଉଦ୍ଦିଷ୍ଟ OUAT କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ସଂକ୍ରମଣ। ପରେ ତ୍ୱିରତ ପଦକ୍ଷେପ  ରୋଗ ଯେଭଳି ନବ୍ୟାପିବ ସେଥିଲାଗି ଫାର୍ମର ସବୁ କୁକୁଡାଙ୍କୁ ମାରି ପୋତାଯାଇଛି। OUAT ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସମସ୍ତ କୁକୁଡ଼ାଙ୍କୁ ସଂଗ୍ରହ କରି ମରାଯାଉଛି। ଘରୋଇ ଭାବେ କୁକୁଡ଼ା ରଖିଥିବା ଚାଷୀ, ଫାର୍ମ ଓ ଚିକେନ କାଉଣ୍ଟର ସବୁଠୁ କୁକୁଡ଼ା ସଂଗ୍ରହ ହେଉଛି। ସେପଟେ  ଚିଲିକାରୁ ଆଉ କିଛି ବିଦେଶୀ ପକ୍ଷୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଫୁଲନଖରା ପଠାଯାଇଛି।

OUAT ଫାର୍ମରେ ବାର୍ଡ ଫ୍ଲୁ ପଜିଟିଭ୍ ଜଣାପଡିବା ପରେ ଜୋରଦାର ହେଲା କୁକୁଡ଼ା ମରା ଅଭିଯାନ। ରିସର୍ଚ୍ଚ ଫାର୍ମରେ ଥିବା ସମସ୍ତ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଛି । ଏଥିରେ ସାମିଲ ହୋଇଥିଲେ ପ୍ରାଣୀ ସମ୍ପଦ ବିଭାଗ। ଏଥିପାଇଁ ଗଠିତ ହୋଇଥିଲା ୧୨ଟି ସ୍ୱତନ୍ତ୍ର ଟିମ୍। ଫାର୍ମ ପରିସରରେ ଏକ ବିଶାଳ ଗାତ ଖୋଳି କୁକୁଡା ମାରିବା ପରେ ଚୂନ, ବ୍ଲିଚିଂ ପାଉଡର ଓ ଲୁଣ ପକାଇ ପୋତାଯାଇଛି। ସେପଟେ ସତର୍କତା ସ୍ୱରୂପ ବାର୍ଡ ଫ୍ଲୁ  କାଳେ ଏଠାରୁ ଅନ୍ୟ ଅଞ୍ଚଳକୁ ବ୍ୟାପିଥିବ, ସେହି ଆଶଙ୍କାରେ ଓୟୁଏଟି ଫାର୍ମରୁ ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସମସ୍ତ କୁକୁ଼ଡ଼ାଙ୍କୁ ମରାଯାଉଛି।

ସ୍ଥାନୀୟ ବସ୍ତିବାସିନ୍ଦା, ଚିକେନ୍ କାଉଣ୍ଟର, ଫାର୍ମରୁ କୁକୁଡା ଓ ଅଣ୍ଡା ସଂଗ୍ରହ ପରେ ନଷ୍ଟ କରାଯାଇଛି। ଏଥିପାଇଁ  ଆବଶ୍ୟକ କ୍ଷତିପୂରଣ ଦିଆଯାଇଛି। ତେବେ ଆଗକୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ନମୁନା ସଂଗ୍ରହ କରାଯିବ ବୋଲି କହିଛନ୍ତି ଭେଟେନାରୀ ଅଫିସର। ସେପଟେ ଓୟୁଏଟିରେ ବାର୍ଡ ଫ୍ଲୁ ଆତଙ୍କ ପରେ ରାଜ୍ୟର ସବୁଠୁ ବଡ଼ ପକ୍ଷୀ ଅଭୟାରଣ୍ୟ ଚିଲିକା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଘାରିଛି ଭୟ। ଚିଲିକାରେ ସଂକ୍ରମଣ ହୋଇଛି କି ନାହିଁ ତାହା ଜାଣିବାକୁ ପୂର୍ବରୁ ନଳବଣରୁ ୩୫ ଓ ଆଖପାଖ ଅଞ୍ଚଳରୁ ୧୨୭୫ ପକ୍ଷୀଙ୍କ ଲାଳ ଓ ମଳ ନମୁନା ସଂଗ୍ରହ ହୋଇଥିବା ବେଳେ ଆଜି ଆଉ କିଛି ବିଦେଶୀ ପକ୍ଷୀଙ୍କ ସାମ୍ପଲ ଫୁଲନଖରା ସ୍ଥିତ ପଶୁ ଗବେଷଣା କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯାଇଛି। ଚିଲିକାରେ ପୂର୍ବରୁ ୩ଟି ପର୍ଯ୍ୟାୟରେ ୫୦ରୁ ଅଧିକ  ପକ୍ଷୀଙ୍କ ସାଂପୁଲ ପଠାଯାଇଥିବା ବେଳେ ସବୁ ନେଗେଟିଭ ବାହାରିଥିଲା।

By amfnews

Related Post