Sat. Nov 23rd, 2024

ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍

By amfnews Jan 19, 2021 #Featured
141 Views

ଭୁବନେଶ୍ୱର, ଜାନୁଆରୀ 19 : ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍  ।  ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ନିର୍ମାଣ ହେବ ଏହି ଫୁଟ ଓଭର ବ୍ରିଜ୍  ।  ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ଏନେଇ ଚିଠି ଆସିଛି  । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ  ।

୧୬ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ନିର୍ମାଣ ହେବ ଭୁବନେଶ୍ୱରର ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍   । ଏହି ଫୁଟ୍ ଓଭର ବ୍ରିଜ୍‌ର ଲମ୍ବ ୧୩୦୦ମିଟର ହେବ  ।  ଏଥିପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ହେବ  ।   ଏହି ପ୍ରକଳ୍ପ ପାଇଁ ଖୁବଶୀଘ୍ର ଡ୍ରଇଂ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି  । ଏହା ସହ ଫୁଟ୍ ଓଭର ବ୍ରିଜ୍   ନିର୍ମାଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀ  ଅନୁରୋଧ କରିଥିଲେ  । ଦୀର୍ଘ ଦିନରୁ ସହିଦନଗର ଓ ଭିଏସଏସ ନଗର ବାସିନ୍ଦାଙ୍କ ପକ୍ଷରୁ ଫୁଟ୍ ଓଭର ବ୍ରିଜ୍‌ ପାଇଁ ଦାବୀ କରୁଥିଲେ  ।  

By amfnews

Related Post