Sat. Mar 7th, 2026

ରାଜଧାନୀ ଭୁବନେଶ୍ବର ପରେ ରାଉରକେଲାରେ ଆରମ୍ଭ ହେଲା ବିଶୋଧନ ପ୍ରକ୍ରିୟା

241 Views

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗରରେ ଆରମ୍ଭ ହୋଇଛି ବିଶୋଧନ ପ୍ରକ୍ରିୟା। ଆଜି ଉଦିତନଗର ଆମ୍ବେଦକର ଛକରୁ ଡେଲି ମାର୍କେଟ ପର୍ଯ୍ୟନ୍ତ ଏକ କିଲୋମିଟର ଯାଏଁ ସହର ମୁଖ୍ୟ ମାର୍ଗକୁ ଅଗ୍ନିଶମ କର୍ମଚାରୀମାନେ କେମିକାଲ ସ୍ପ୍ରେ କରି ବିଶୋଧିତ କରୁଥିବା ଜଣାଯାଇଛି l ଏହି ବିଶୋଧନ ପ୍ରକ୍ରିୟା ପ୍ରକ୍ରିୟା ଆଗାମୀ କିଛି ଦିନ ଯାଏଁ ଜାରି ରହିବ ବୋଲି ସୂଚନା ମିଳିଛି। ରାଉରକେଲା ମହାନଗରରେ ଏହାକୁ ନେଇ ଆନନ୍ଦିତ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, କରୋନା ମୁକାବିଲା‌ ପାଇଁ ରାଜଧାନୀ ଭୁବନେଶ୍ବରକୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ଅଞ୍ଚଳରେ ବିଶୋଧକ ସ୍ପ୍ରେ ଜାରି ରହିଛି । ଏହି ରସାୟନିକ ପଦାର୍ଥରେ ଭୂତାଣୁ ତୁରନ୍ତ ମରିବାର ସମ୍ଭାବନା ଥିବାରୁ ବିଏମ୍‌ସି ପକ୍ଷରୁ ଏହାକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ମାର୍କେଟ୍ କମ୍ପ୍ଲେକ୍ସ, ରାସ୍ତା, ପାଚେରି, ଦୋକାନ ଆଦିରେ ସ୍ପ୍ରେ କରାଯାଇଛି। ଆଜି ସକାଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବାପୁଜୀ ନଗର ଓ ଜନପଥରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ସ୍ପ୍ରେ କରିଥିବାବେଳେ ଅପରାହ୍ନରେ ସିଆରପି ଛକ, ଫାୟାର ଷ୍ଟେସନ ଛକ, ସିରିପୁର ଛକ, ଗଙ୍ଗନଗର ଛକ, ବରମୁଣ୍ଡା ବସଷ୍ଟାଣ୍ଡ ଆଦି ଅଞ୍ଚଳରେ ସ୍ପ୍ରେ କରିଛନ୍ତି।

ପୂରା ରାଜଧାନୀରେ ଏହି ବିଶୋଧକ ସ୍ପ୍ରେ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ସକାଳେ ଓ ସଂଧ୍ୟାରେ ଫଗିଂ କରାଯାଉଛି। ଦିନକୁ ୧୨ଟି ୱାର୍ଡରେ ଫଗିଂ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ରାସ୍ତା ସଫେଇ, ଘାସ କଟା, ବସ୍ତି ଅଞ୍ଚଳରେ ନିୟମିତ ବିଶୋଧକ ସ୍ପ୍ରେ କରାଯାଉଛି।

By amfnews

Related Post