Sat. Mar 7th, 2026

ରାଜଧାନୀ ଏକ୍ସପ୍ରେସ୍‌କୁ ୫୦ ବର୍ଷ ପୂରିଲା, ସୁବର୍ଣ୍ଣ ଜୟନ୍ତୀ ଯାତ୍ରାରେ ଯାତ୍ରୀମାନଙ୍କୁ ଦିଆଗଲା ରସଗୋଲା ଓ ମାଛଭଜା

294 Views

କୋଲକାତା: ବିଂଶ ଶତାବ୍ଦୀର ୬୦ ଦଶକରେ ବିଳାସ ଓ ବେଗରେ ଭାରତୀୟ ରେଳବାଇରେ ପରିବର୍ତ୍ତନ ଆଣିଥିବା ଦେଶର ପ୍ରଥମ ରାଜଧାନୀ ଏକ୍ସପ୍ରେସ୍‌କୁ ରବିବାର ଦିନ ୫୦ ବର୍ଷ ପୂରିଛି। ଏହି ସୁବର୍ଣ୍ଣ ଜୟନ୍ତୀ ଦିବସ ଅବସରରେ ହାଓଡ଼ା ଷ୍ଟେସନ୍‌ରୁ ପୁଷ୍ପବିମଣ୍ଡିତ ହୋଇ ବାହାରିଥିଲା ରେଳଗାଡ଼ି।

ଇଷ୍ଟର୍ଣ୍ଣ ରେଲ୍‌େଓ୍ଵର ଜଣେ ଅଧିକାରୀ କହିଛନ୍ତି ଯେ ୧୯୬୯ ମସିହା, ମାର୍ଚ ୩ ତାରିଖ ଦିନ ହାଓଡ଼ାରୁ କୋଲ୍‌କାତା-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ତା’ର ପ୍ରଥମ ଯାତ୍ରା ଆରମ୍ଭ କରିଥିଲା। ୧, ୪୫୦ କି. ମି. ଦୀର୍ଘ ଯାତ୍ରାକୁ ୧୭ ଘଣ୍ଟା ୨୦ ମିନିଟ୍‌ରେ ଶେଷ କରିଥିଲା ଦେଶର ଏହି ପ୍ରଥମ ପୂର୍ଣ୍ଣ-ବାତାନୁକୁଳିତ ଦ୍ରୁତଗାମୀ ରେଳଗାଡ଼ି।

୫୦ ବର୍ଷ ପୂର୍ତ୍ତି ଦିବସରେ ସ୍ମାରକୀ ଡାକଟିକିଟ୍‌ ଉନ୍ମୋଚନ ଓ କେକ୍‌ କଟାଯିବା ପରେ ତିନି ଜଣ ପୂର୍ବତନ କର୍ମଚାରୀ ପତାକା ହଲାଇ ରକ୍ତ ଓ ପୀତ ଗେଣ୍ଡୁଫୁଲ ବିମଣ୍ଡିତ ରେଳଗାଡ଼ିର ଯାତ୍ରା ଆରମ୍ଭ କରାଇଥିଲେ।

ରାଜଧାନୀ ଏକ୍ସପ୍ରେସ୍‌ ଆରମ୍ଭରୁ ଯାତ୍ରା କରୁଥିବା ପ୍ଲାଟ୍‌ଫର୍ମ ନମ୍ବର ୯ରୁ ସୁବର୍ଣ୍ଣ ଜୟନ୍ତୀ ଯାତ୍ରା ଆରମ୍ଭ କରିଥିଲା। ଏଥିରେ ଥିବା ଯାତ୍ରୀମାନଙ୍କୁ ପରିବେଷଣ କରାଯାଇଥିଲା ମାଛଭଜା, ପରିବାକଟ୍‌ଲେଟ୍‌ ଏବଂ ରସଗୋଲା ଓ ଆଇସ୍‌କ୍ରିମ୍‌।

By amfnews

Related Post