Fri. Nov 22nd, 2024

ରାଉଲକେଲା ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ମୃତାହତର ସୂଚନା ନଥିବା କହିଲେ ପ୍ଲାଣ୍ଟ କର୍ତ୍ତୁପକ୍ଷ

By amfnews Apr 5, 2021 #Featured
194 Views

ରାଉଲକେଲା, ଏପ୍ରିଲ ୫ : ଗତକାଲି ବିଳମ୍ବିତ ରାତିରେ ରାଉଲକେଲା ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣା ଅଗ୍ନିକାଣ୍ଡ ଘଟିଛି । ସ୍ଳାଗ ବଏଲର ବିସ୍ଫୋରଣ ହେବା ଦ୍ୱାରା ଏହି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । 

ଏହି ଅଗ୍ନିକାଣ୍ଡରେ ବହୁ ମାତ୍ରାରେ ଯନ୍ତ୍ରପାତି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଥିବା ବେଳେ ଅଗ୍ନିକାଣ୍ଡରେ କୌଣସି ମୃତାହାତର ସୂଚନା ନଥିବା ସ୍ପଷ୍ଟ କରିଛନ୍ତି ପ୍ଲାଣ୍ଟ କତ୍ତୃପକ୍ଷ । ସୂଚନା ଅନୁସାରେ ଏସଏମଏସ-୨ରେ ଥିବା ସ୍ଳାଗ ବଏଲର ଫାଟି ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ନିଆଁ ଅନ୍ୟଆଡେ ବ୍ୟାପିବା ପୂର୍ବରୁ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁ କୁ ଆୟାତ କରିଥିବା ସୂଚନା ମିଳିଛି ।

ପ୍ରାଥମିକ ସ୍ତରରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଥିଲେ ମଧ୍ୟ ଏହାର ପ୍ରକୃତ କାରଣ ଖୋଜିବାକୁ ୪ ଜଣ ସିଜିଏମ୍ ଟିମ୍ କୁ ନିର୍ଦ୍ଦେଶ ଦେଇଛନ୍ତି ଆରଏସପି ସିଇଓ ।

By amfnews

Related Post