Sun. Jan 12th, 2025

ରାଉରକେଲାରେ ମୁଁ ହିରୋ – ମୁଁ ଓଡିଶା ଅଭିଯାନର ଆରମ୍ଭ ହକି ବିଶ୍ୱକପ୍ ମାସ୍କଟ ଓଲିକୁ ଭବ୍ୟ ସ୍ୱାଗତ

By amfnews Sep 8, 2018 #Featured
254 Views

ରାଉରକେଲା, ୮ା୯ : ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଁ ହିରୋ – ମୁଁ ଓଡିଶା ଅଭିଯାନ ରାଉରକେଲା ସହରରେ ଶୁଭାରମ୍ଭ ହୋଇଛି । ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆର୍ଏମ୍ସି ଉପାୟୁକ୍ତ ସୁଷମା ବିଲୁଙ୍ଗ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଦେବେନ୍ଦ୍ର ବେହେରା ଓ ସୁନ୍ଦରଗଡ ଜିଲା ଯୁବ ସଂଯୋଜିକା ପ୍ରିୟଦର୍ଶିନୀ ଯୋଶୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଆର୍ଏମ୍ସିର ପ୍ରତିଟି ୱାର୍ଡରେ ଗଠନ କରାଯାଇଥିବା ବିଜୁ ଯୁବବାହିନୀ କ୍ଲବ୍ର ପ୍ରାୟ ୮ ଶହ ଯୁବସାଥୀ, ମୁଁ ହିରୋ – ମୁଁ ଓଡିଶା ରଥ ସହ ଏକ ଶୋଭାଯାତ୍ରାରେ ବାହାରି ମହାବିଦ୍ୟାଳୟ ପରିସରରେ ପହଞ୍ôଚଥିଲେ ।

ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରାକୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଅତିଥିମାନେ ଉପସ୍ଥିତ ବିଜୁ ଯୁବ ବାହିନୀର ଯୁବସାଥୀ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ମୁଁ ହିରୋ – ମୁଁ ଓଡିଶା ଏକ ଅଭିନବ କାର୍ଯ୍ୟକ୍ରମ । ଏହା ଯୁବଶକ୍ତିର ବିକାଶରେ ନିଶ୍ଚିତ ଭାବେ ସହାୟକ ହେବା ସହ ସେମାନଙ୍କ ବୌଦ୍ଧିକ, ଆତ୍ମିକ ତଥା ଅନ୍ତର୍ନିହିତ ଗୁଣର ବିକାଶ କ୍ଷେତ୍ରରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ । ଏହି ଅବସରରେ ରାଉରକେଲା ସହରର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୭ ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ସିନୁ ପଣ୍ଡା, ସାତ୍ତ୍ୱିକ ସରୋଜ କୁମାର, ଅର୍ଚ୍ଚନା ଲାକ୍ରା, ଅନୁ ଓରାମ, କୁମାର ଦେବ, କଳାବତୀ କଚ୍ଛପ ଓ ସ୍ୱରାଜ ଗୌରବ ପରିଡା । ଏଥିସହ ଆସନ୍ତା ୨୦୧୯ରେ ହେବାକୁ ଥିବା ହକି ବିଶ୍ୱକପ୍ର ମାସ୍କଟ ଓଲି ଓ ବିଶ୍ୱକପର ପ୍ରତିରୂପକୁ ପ୍ରଦର୍ଶିତ କରାଯାଇଥିଲା ।

ଉପସ୍ଥିତ ଯୁବସାଥୀ ତଥା ଛାତ୍ରଛାତ୍ରୀମାନେ ଉତ୍ସାହର ସହ ବିଶ୍ୱକପ ତଥା ଓଲି ସହ ସେଲ୍ଫି ଉଠାଇଥିଲେ । ଏହି ଅବସରରେ ଏକ କ୍ଷୁଦ୍ର ନାଟକ ମାଧ୍ୟମରେ ଯୁବ ସାଥୀମାନଙ୍କୁ ଆତ୍ମରକ୍ଷା ଶୈଳୀ ସମ୍ପର୍କରେ ସଚେତନ କରାଯାଇଥିଲା । ଯେଉଁ ଯୁବ ସାଥୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସେମାନଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ଏଥିସହିତ ଏହି ଅବସରରେ ଅନେକ ଯୁବ ସାଥୀ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ମଧ୍ୟ ପାଇଥିଲେ । ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଜୁ ଯୁବ ବାହିନୀର ସ୍ଥାନୀୟ ଯୁବ ସଂଯୋଜକ ବିକ୍ରମ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ପାର୍ଥସାରଥି ସାହୁ ଓ ଅଭିଷେକ ମିଶ୍ର ଏବଂ ତ୍ରିପ୍ତି ସୋନମ ଟପ୍ନୋ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ସଂଯୋଡକ ପ୍ରତିମା ସୋରେନ, ସ୍ୱରାଜ ଗୌରବ ପରିଡା, ଜଗଦିଶ ପାଲ ବାବୁ ଓ ମହାନଗର ନିଗମ ଗୋଷ୍ଠୀ ସଙ୍ଗଠିକାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

By amfnews

Related Post