Sat. Mar 7th, 2026

ରାଉରକେଲାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଉତ୍ତେଜନା

290 Views

ରାଉରକେଲା: ରାଉରକେଲା ସହରର ପ୍ଲାଣ୍ଟ ସାଇଟ ରୋଡଠାରେ ବୁଧବାର ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଛି। ଏଠାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଯାଇଛି। ଏଭଳି କାର୍ଯ୍ୟ କିଏ କଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୧୯୯୫ରୁ ୨୦୦୦ ମଧ୍ୟରେ ପ୍ରଭାତ ମହାପାତ୍ର ରାଉରକେଲାରୁ କଂଗ୍ରେସ ବିଧାୟକ ଥିଲେ। ତାଙ୍କ ପ୍ରଚେଷ୍ଟାରେ ହିଁ ଇନ୍ଦିରାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାନୀୟ ପ୍ଳାଣ୍ଟ ସାଇଟ ରୋଡ ଠାରେ ବସା ଯାଇଥିଲା। ୧୯୯୬ ମସିହା ଅକ୍ଟୋବର ୩୧ ତାରିଖରେ ଇନ୍ଦିରା ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଏହି ପ୍ରତିମୂର୍ତ୍ତି ଅନାବରଣ ହୋଇଥିଲା। ତେବେ ଆଜିର ଘଟଣାକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ମାହାପାତ୍ର।

ମୂର୍ତ୍ତିଟି ପ୍ଲାଟଫର୍ମ ସହ ସମ୍ପୂର୍ଣ୍ଣ ଉପୁଡି ପଡ଼ି ପୂରା ବୁଲି ଯାଇଛି। ସନ୍ଦେହ କରାଯାଉଛି କି, କେହି ଦୁର୍ବୃତ୍ତ ଏଭଳି କାଣ୍ଡ କରି ଥାଇପାରେ କିମ୍ବା କୌଣସୁ ବଡ଼ ଗାଡ଼ି ମାଡ ହେବା ଦ୍ୱାରା ଏପରି ହୋଇଥାଇପାରେ। ଯାହାକୁ ନେଇ ପୂର୍ବତନ ବିଧାୟକ ତଦନ୍ତ ଦାବି କରିଛନ୍ତି।

ତେବେ ରିପୋର୍ଟ ଲେଖାହେଲା ଯାଏଁ ମୂର୍ତ୍ତିଟି କିପରି ଭାଙ୍ଗିଛି ତାହାର କାରଣ ଅସ୍ପଷ୍ଟ ରହିଥିଲା। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। କଂଗ୍ରେସକର୍ମୀମାନେ ଉତ୍ତେଜନା ପ୍ରକାଶ କରିଥିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଠି ହେବା ନେଇ ଆଶଙ୍କା ରହିଛି।

By amfnews

Related Post