Sun. Jun 8th, 2025

ରାଉରକେଲା ଶ୍ରମିକ ସେବା ଟ୍ରଷ୍ଟ ପକ୍ଷରୁ ଅତ୍ୟାଧୁନିକ ଜିମ୍ ଉଦ୍ଘାଟିତ

rklsanchar@gmail.com' By J.N. Pradhan Jul 21, 2018 #Featured
266 Views

ରାଉରକେଲା, ୨୧/୭ : ରାଉରକେଲା ଶ୍ରମିକ ସେବା ଟ୍ରଷ୍ଟ ଓ ଜୀବନ୍ସ ମସଲ୍ସ ଆଣ୍ଡ ଫିଟନେସର ମିଳିତ ଆନୁକୂଲ୍ୟରେ ଏକ ଅତ୍ୟାଧୁନିକ ଜିମ୍ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଏହି ଅତ୍ୟାଧୁନିକ ଜିମ ଆଜି ରାଉରକେଲା ଶ୍ରମିକ ସେବା ଟ୍ରଷ୍ଟ ଚେୟାରମ୍ୟାନ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପୁରୀରୁ ଆସିଥିବା ମିଷ୍ଟର ଇଣ୍ଡିଆ, ମିଷ୍ଟର ଏସିଆ, ମିଷ୍ଟର ୱାର୍ଲଡ କମଳ ଲୋଚନ ପ୍ରତିହାରୀ ଉଦ୍ଘାଟନ କରିଥିଲେ ।

ଉଦ୍ଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଲକ୍ଷ୍ମୀ ନାରାୟଣ ପ୍ରତିହାରୀ ଓ ସୌମ୍ୟକାନ୍ତ ଥମ୍ପ ପୁରୀରୁ ଆସି ଯୋଗଦାନ କରିଥିଲେ । ଇସ୍ପାତ ସହରର ଯୁବକ ଯୁବତୀ ତଥା ସବୁବର୍ଗର ନାଗରିକଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଜିମ୍ ସେବା ଯୋଗାଇ ଦିଆଯିବ ବୋଲି ପ୍ରଶିକ୍ଷକ ଶୁଭାଶିଷ ଦାସ (ଜୀବନ) ଜଣାଇଛନ୍ତି ।

ଏହି ଉଦ୍ଘାଟନ ଉତ୍ସବରେ ନିହାର ରଞ୍ଜନ ପରିଡା, ସରୋଜ ଲେଙ୍କା, ଚକ୍ରଧର ପ୍ରଧାନ, ରମାକାନ୍ତ ପରିଡା, ନିହାର ସାମଲ, ସତ୍ୟରଞ୍ଜନ ପରିଡା, ବିକ୍ରମ ଜେନା, ରଞ୍ଜିତ ମହାନ୍ତି, ତୁଷାର ସାହୁ, ପି.କେ. ପଣ୍ଡା, ଏସ୍.କେ. ମିଶ୍ର, ସରୋଜ ସ୍ୱାଇଁ, କେଶବ ପ୍ରଧାନ, ପି.ସି. ମିଶ୍ର, ସୁକାନ୍ତ ନାୟକ, ରଘୁନାଥ ପ୍ରଧାନ ଉପସ୍ଥିତ ଥିଲେ ।

Related Post