Sun. Nov 24th, 2024

ରାଉରକେଲା ଇସ୍ପାତ୍ କାରଖାନା ଦ୍ୱାରା ପାଶ୍ୱର୍ାଞ୍ଚଳର ଗ୍ରାମୀଣ ମହିଳାଙ୍କୁ ଛତୁଚାଷ ଓ ମଞ୍ଜି ଉତ୍ପାଦନ ସମ୍ପର୍କରେ ତାଲିମ ପ୍ରଦାନ

By amfnews Oct 26, 2018 #Featured
803 Views

ରାଉରକେଲା, ୨୫ ।୧୦ : ରାଉରକେଲା ଇସ୍ପାତ୍ କାରଖାନାରେ କର୍ପୋରେଟ ସାମାଜିକ ଦାୟୀତ୍ୱ ବିଭାଗ ଦ୍ୱାରା ସେକ୍ଟର ୨୦ସ୍ଥିତ ପାଶ୍ୱର୍ାଞ୍ଚଳ ବିକାଶ ପ୍ରତିଷ୍ଠାନ ଠାରେ ଗ୍ରାମୀଣ ମହିଳାଙ୍କୁ ଛତୁଚାଷ ଓ ମଞ୍ଜି ଉତ୍ପାଦନ ଉପରେ ଏକ ଦୁଇ ଦିନିଆ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ ଲେଣ୍ଡା, ସାନ ଲେଣ୍ଡା, କାର୍କଟ୍ଟା ଏବଂ ପୋଗ୍ରା ବାହାଲର ୨୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ଏହି ତାଲିମ୍ କାର୍ଯ୍ୟକ୍ରମରେ ଛତୁଚାଷ ଓ ମଞ୍ଜି ଉତ୍ପାଦନ ପ୍ରଣାଳୀ ଏବଂ ଏହାର ବ୍ୟବହାରିକ ପଦ୍ଧତି ସମ୍ବନ୍ଧୀୟ ତାଲିମ୍ ପ୍ରଦାନ କରାଯାଇଥିଲା ।

ଏହି ତାଲିମ୍ ସହିତ ସମ୍ପ୍ରତି ଏହି ହିତାଧିକାରୀମାନେ ନିଜେ ସ୍ୱରୋଜଗାର ଅର୍ଜ୍ଜନ କରିବାର ଦକ୍ଷତା ଲାଭ କରିଛନ୍ତି । ଉଲ୍ଲେଖନୀୟ ଯେ, ଛତୁଚାଷ କରି ଜୀବିକା ହାସଲ ନିମନ୍ତେ ଆଇପିଡିର ମଦର କଲଚର ଉତ୍ପାଦନ କେନ୍ଦ୍ର ଗ୍ରାମବାସୀମାନଙ୍କୁ ବହୁଳ ରୁପେ ସହାୟତା ପ୍ରଦାନ କରୁଛି । ଆର୍ଏସ୍ପିରୁ ମଦର କଲଚର ସଂଗ୍ରହ କରି ବର୍ତ୍ତମାନ ଦଲପୋଷର ମହିଳା ସଂଶୋଧନ କେନ୍ଦ୍ର ଛତୁ ମଞ୍ଜି ଉତ୍ପାଦନ କରୁଛି ଏବଂ ଆଗ୍ରହୀ ଛତୁଚାଷୀ ଓ ପ୍ରଶିକ୍ଷାର୍ଥୀମାନଙ୍କୁ ଏହା ଯୋଗାଇଦେଉଛି ।

ତାଲିମ୍ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଆରଏସ୍ପି ସିଏସ୍ଆର ବିଭାଗର ଡିଜିଏମ୍ ଇନ୍ଚାର୍ଜ ପି.ଏମ୍. ବେହେରା ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସିଏସ୍ଆର ବିଭାଗର ଏଜିଏମ୍ ସୁଶ୍ରୀ ମୁନ୍ମୁନ୍ ମିତ୍ରା, ମ୍ୟାନେଜର ଏ.କେ. ପରିଡା ତଥା ବିଭାଗର ଅନ୍ୟ ଅଧିକାରୀ ଓ ଷ୍ଟାଫ୍ ଉପସ୍ଥିତ ଥିଲେ । ମାଷ୍ଟର ଟ୍ରେନର ଟିଣ୍ଟସ୍ ଭେଙ୍ଗ୍ରା ଓ ବେନେଡିକ୍ ଏକ୍କ୍ା ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ତାଲିମ୍ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ସଦସ୍ୟମାନେ ତାଲିମ୍ ଗ୍ରହଣକାରୀଙ୍କ ସହ ମତବିନିମୟ କରିଥିଲେ ଏବଂ ସେମାନଙ୍କର ବିଭିନ୍ନ ଦ୍ୱନ୍ଦ୍ୱ ଦୂର କରିଥିଲେ ।

By amfnews

Related Post