Thu. Dec 26th, 2024

ରାଂଚୀ-ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ; ଯାତ୍ରୀ ଭୟଭୀତ, ବଡ଼ ଦୁର୍ଘଟଣା ଟଳିଲା

By amfnews Feb 7, 2021 #Featured
121 Views

ରାଂଚୀ, ଫେବୃଆରୀ ୦୭ : ଝାଡ଼ଖଣ୍ଡର ରାଜଧାନୀ ରାଂଚୀରୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ରାଂଚୀ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଛି । ଟ୍ରେନ ନମ୍ବର ୦୨୨୪୧ଟି ଯେତେବେଳେ ଗଂଗା ଘାଟ ରେଳଷ୍ଟେସନରୁ ବାହାରୁଥିଲା, ସେହି ସମୟରେ ଷ୍ଟେସନର ଜଣେ କର୍ମଚାରୀ ଟ୍ରେନରେ ନିଆଁ ଲାଗିଥିବା ଦେଖିଥିଲେ । ସେ ଯଥାଶୀଘ୍ର ଟ୍ରେନରେ ମୁତୟନ ସୁରକ୍ଷା କର୍ମୀଙ୍କୁ ଏସଂପର୍କରେ ସୂଚନା ଦେଇଥିଲେ । ସେହି ସମୟରେ ଟ୍ରେନ ଚାଳକ ଜରୁରୀକାଳୀନ ବ୍ରେକ ମାଧ୍ୟମରେ ଟ୍ରେନକୁ ଅଟକାଇ ଦେଇଥିଲେ । ଏହା ପରେ ଇଂଜିନିୟରଙ୍କୁ ଡକାଯାଇଥିଲା ଏବଂ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇ ପାରିଥିଲା । 

ଡିଆରଏମ ନୀରଜ ଅମ୍ବଷ୍ଟ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗିବା ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ଟ୍ରେନ ଶନିବାର ସନ୍ଧ୍ୟା ୬ଟା ୧୦ରେ ରାଂଚୀ ରେଳ ଷ୍ଟେସନରୁ ଦିଲ୍ଲୀ ଅଭିମୁଖେ ବାହାରି ଥିଲା । ଏହା ଯେତେବେଳେ ଗଂଗା ଘାଟ ରେଳ ଷ୍ଟେସନ ଅତିକ୍ରମ କରୁଥିଲା ଗାର୍ଡକୁ ୱାକି ଟକି ଜରିଆରେ ସୂଚନା ମିଳିଥିଲା ଯେ, ଏକ ବଗିରେ ନିଆଁ ଲାଗିଛି । ଟ୍ରେନକୁ ଗଂଗା ଘାଟ ଷ୍ଟେସନକୁ ଅଣାଯାଇଥିଲା ଏବଂ ଇଂଜିନିୟରଙ୍କୁ ଡାକି ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ସବୁଠାରୁ ବଡ଼ କଥା ହେଲା ଯେ, ଅଗ୍ନିକାଣ୍ଡ ଭୟାବହର ରୂପ ନେଇ ନାହିଁ । ଫଳରେ ଧନଜୀବନ ସୁରକ୍ଷିତ ରହିଛି । କିନ୍ତୁ ଅଗ୍ନିକାଣ୍ଡ ସଂପର୍କିତ ଖବର ମିଳିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । 

By amfnews

Related Post