ରାଉରକେଲା, ୨୨ା୮ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ, ମହାନ ରାଷ୍ଟ୍ରନାୟକ, ଭାରତର ମାତାର ଯୋଗ୍ୟତମ ତଥା ବିଶିଷ୍ଟ କବି ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ପରେ ସମଗ୍ର ଦେଶରେ ଶୋକରଛାୟା ଖେଳିଯାଇଥିବା ବେଳେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେହି ଯୋଗଜନ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ରାଘବେନ୍ଦ୍ର ଠାକୁର ଓ ସୁଜିତ କୁମାର ସାହୁଙ୍କ ନେତୃତ୍ୱରେ ଦଳୀୟ ଛାତ୍ର ସଦସ୍ୟମାନେ ସେକ୍ଟର-୨ ସ୍ଥିତ ବିଜୁ ପଟ୍ଟନାୟକ ଛକଠାରେ ଏକଜୁଟ ହୋଇ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଥିଲେ । ଏହି ସଭାରେ ଦଳର ନଗର ସଭାପତି ସୁଧୀର ସୁନ୍ଦରରାୟଙ୍କ ସମେତ ଦଳର ଛାତ୍ରନେତା, କର୍ମକର୍ତ୍ତା ଓ ସଦସ୍ୟମାନେ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି ଅବସରରେ ଶ୍ରୀ ସୁନ୍ଦରରାୟ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଭଳି ନେତୃତ୍ୱ ଅଦ୍ୱିତୀୟ ବୋଲି ପ୍ରକାଶ କରିଥିଲେ । ସେ ଭାରତବାସୀଙ୍କ ଚୀରସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ଛାତ୍ରନେତା ତଥା ସାଧାରଣ ସମ୍ପାଦକ ଶ୍ରୀ ସାହୁ ସ୍ୱର୍ଗତ ବାଜପେୟୀ ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସବ ବୋଲି ଉଲ୍ଲେଖ କରିଥିଲେ । ଛାତ୍ରଛାତ୍ରୀମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ପାଇଁ ଶ୍ରମ ଓ ସମୟ ଦେଇପାରିଲେ ତାହାହିଁ ହେବ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ।
ଏହି ଅବସରରେ ଉପସ୍ଥିତ ଦଳର ନେତୃମଣ୍ଡଳୀ, ଯୁବ ସଭାପତି ସତ୍ୟନାରାୟଣ ପ୍ରଧାନ ଓ ଛାତ୍ର ସଦସ୍ୟମାନେ ଏକ ମହମବତୀ ଶୋଭାଯାତ୍ରାରେ ସ୍ୱର୍ଗତ ବାଜପେୟୀ ଅମର ରହେ ଧ୍ୱନୀ ଦେଇ ବିଜୁ ପଟ୍ଟନାୟକ ଛକ ପରିକ୍ରମା କରିଥିଲେ । ସ୍ୱର୍ଗତ ବାଜପେୟୀଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଉପସ୍ଥିତ ଦଳର ଯୁବ ସଭାପତି ସତ୍ୟନାରାୟଣ ପ୍ରଧାନ, ପ୍ରହ୍ଲାଦ ନାୟକ, ଜିଲା ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରିୟବ୍ରତ ଭଞ୍ଜ, ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ରାଘବେନ୍ଦ୍ର ଠାକୁର, ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ଛାତ୍ର ବିଜେଡି ସଭାପତି ମନୋଜ ବେହେରା, ପ୍ରଭାକର ଚୌଧୁରୀ, ଜ୍ଞାନେନ୍ଦ୍ର ପାତ୍ର, ସଞ୍ଜୁ ସାହୁ, ପ୍ରିୟମ୍ବଦା ସାମଲ, ବାହୁଳ କଂସାରୀ, ଶୁଭେନ୍ଦୁ ଆକାଶ ମାଝି, ସୌମ୍ୟ ପ୍ରଧାନ, ଶୁଭମ ରାଉତରାୟ, ସୁରଜ ଖୁଣ୍ଟିଆ, ରଜତ କର, ପ୍ରତିସ୍ମା ମିଶ୍ର, ଶୁଭମ ବିଶ୍ୱାଳ, ମନୋରଞ୍ଜନ ମହାପାତ୍ର, ତୃପ୍ତି କୁମ୍ଭାର, ଅମିତ ଜେନା, ଗୁରୁ ଚରଣ ମୁର୍ମୁ, ରିତେଶ ବେହେରା, ଜ୍ୟୋତି ନାୟକ, ବିଶ୍ୱଜିତ ସାହୁ, ସଙ୍କେତ ସାହୁ, ଉମେଶ ସାହୁଙ୍କ ସମେତ ଛାତ୍ରମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।