Sat. Apr 19th, 2025

ରକ୍ତଚାପକୁ ନିୟନ୍ତ୍ରିତ କରିବା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ କରନ୍ତୁ ଏହି କାମ

By amfnews Sep 24, 2018 #Featured
242 Views

ନିମ୍ନ ରକ୍ତଚାପ ଯୋଗୁଁ ଶରୀରରେ ରକ୍ତର ଚାପ କମ୍‌ ଥାଏ। ଏହି କାରଣରୁ ଶରୀରର ଆବଶ୍ୟକୀୟ ଅଙ୍ଗ ଯାଏଁ ସଂପୂର୍ଣ୍ଣ ରକ୍ତ ପହଞ୍ଚ ପାରି ନଥାଏ। ଏହା ଫଳରେ ଶରୀରର ଅଙ୍ଗକୁ ଉପଯୁକ୍ତ ଢ଼ଙ୍ଗରେ କାମ କରି ପାରିନଥାଏ। ଖାଲି ସେତିକି ନୁହେଁ,ଏଥିପାଇଁ ହୃଦୟ,କିଡ଼ନି ଓ ମସ୍ତିଷ୍କ ଆଂଶିକ ରୂପେ କାମ କରିନଥାଏ।
ସାଧାରଣ ରକ୍ତଚାପ ହେଉଛି ୧୨୦/୮୦। ଉତ୍ତେଜନାପୂର୍ଣ୍ଣ ଜୀବନଶୈଳୀରେ ଏହା ଟିକେ ତଳ-ଉପର ହୋଇଥାଏ। କିନ୍ତୁ ଯଦି ରକ୍ତଚାପ ୯୦ରୁ କମ୍‌ ହୋଇଥାଏ,ତେବେ ତା’କୁ ନିମ୍ନ ରକ୍ତଚାପ କୁହାଯାଏ।
ଶରୀରର ଅଙ୍ଗରେ ରକ୍ତ ପ୍ରବାହ ଜନିତ ସମସ୍ୟା ଦେଖା ଦେଲେ ମୁଣ୍ଡ ବିନ୍ଧା ,ଶାରୀରିକ ଦୁର୍ବଳତା ଆଦିର ଲକ୍ଷଣ ପରିଲକ୍ଷିତ ହୁଏ। ରକ୍ତଚାପ ଅସାଧାରଣଭାବେ କମ୍‌ ହେଲେ ହୃଦୟ ଓ ମସ୍ତିଷ୍କର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇଥାଏ।
ଏଥିରୁ ମୁକ୍ତି ପାଇବା ଲାଗି ଅଗ୍ନିଶକ୍ତି ମୁଦ୍ରାର ପ୍ରୟୋଗ କରିପାରନ୍ତି। ଅଗ୍ନିଶକ୍ତି ମୁଦ୍ରା ଏହାକୁ ସନ୍ତୁଳିତ କରିଥାଏ ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।


ସୂର୍ଯ୍ୟୋଦୟ ପୂର୍ବରୁ ଏହି ମୁଦ୍ରା କରିଲେ ଅଧିକ କ୍ଷିପ୍ର ଗତିରେ ପ୍ରଭାବ ଦେଖାଇଥାଏ। ଉଭୟ ହାତର ତର୍ଜନି,ମଧ୍ୟମା,ଅନାମିକା ଓ କନିଷ୍ଠା ଆଙ୍ଗୁଳିରେ ମୁଠା ବନାଇ ଦୁଇ ହାତକରି ଆଙ୍ଗୁଳିର ଅଗ୍ରଭାଗକୁ ପରସ୍ପର ସହିତ ମିଶାନ୍ତୁ। ହାତର ପାପୁଲିର ଦିଗ ତଳ ଆଡ଼କୁ ରହିବା ଦରକାର। ପ୍ରତିଦିନ ଧିମା-ଲମ୍ବା ଗଭୀର ଶ୍ୱାସ ନେଇ ୧୫ରୁ ୪୫ ମିନିଟ୍‌ ଯାଏଁ ଅଗ୍ନିଶକ୍ତି ମୁଦ୍ରା କରିବା ଆବଶ୍ୟକ।

By amfnews

Related Post