Fri. Mar 6th, 2026

ରକ୍ତ ଜୁଡ଼ୁବୁଡ଼ୁ ମାଈ ହାତୀର ମୃତଦେହ ଠାବ

259 Views

କଟକ/ଆଠଗଡ଼, ଡିସେମ୍ବର ୧୨ : ଆଜି ସକାଳେ ଆଠଗଡ଼ ବନାଞ୍ଚଳରେ ଏକ ୭ ବର୍ଷର ମାଈ ହାତୀର ମୃତଦେହ ଠାବ କରାଯାଇଛି। ମୃତଦେହ ନିକଟରେ ପ୍ରବଳ ରକ୍ତ ପଡ଼ିଥିବା ବେଳେ  ନିକଟରେ ଏକ କାଠ ମୁଣ୍ଡିଆ ପଡ଼ିଛି। ତେଣୁ ହାତୀଟିକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅପରପକ୍ଷେ  ହାତୀଟି କୌଣସି କାରଣରୁ ରୋଗାକ୍ରାନ୍ତ ହୋଇ ରକ୍ତବାନ୍ତି୍‌ି କରି ମୃତ୍ୟୁବରଣ କରିଥିବା ବନବିଭାଗ ସନ୍ଦେହ କରୁଛି। ତେବେ ଗତ ୫/୬ ବର୍ଷ ହେବ ଆଠଗଡ଼ ବନାଞ୍ଚଳ ହାତୀଙ୍କ ପାଇଁ ମୃତ୍ୟୁର ଇଲାକା ସାଜିଛିି। ଗତ ୬ ବର୍ଷରେ ଶିକାରୀଙ୍କ ଶିକାର, ବିଦ୍ୟୁତ କରେଣ୍ଟ, ଓ ଅନ୍ୟାନ୍ୟଭାବେ କେବଳ ଆଠଗଡ଼ ବନାଞ୍ଚଳରେ ୬୦ରୁ ଊର୍ଧ୍ୱ ହାତୀଙ୍କର ମୃତ୍ୟୁ ଘଟିସାରିଲାଣି। ଏହାକୁ ନେଇ ପରିବେଶପ୍ରେମୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ  ଆଠଗଡ଼ ବନାଞ୍ଚଳର ରାଜନଗର ପଞ୍ଚାୟତ ଅନ୍ତର୍ଗତ ଶବରସାହି ତଇଳାନିକଟ ଜଙ୍ଗଲରେ ଏକ ରକ୍ତ ଜୁଡ଼ୁବୁଡ଼ୁ ହାତୀର ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ। ଏ ସମ୍ପର୍କରେ ରାଜନଗର ସରପଞ୍ଚ ଆଠଗଡ଼ ବନକର୍ମଚାରୀଙ୍କୁ ଅବଗତ କରିଥିଲେ। ହାତୀଟିକୁ କେହି ହତ୍ୟା କରିଥିବ ଲୋକେ ସନ୍ଦେହ କରୁଛନ୍ତି।ଏ ସମ୍ପର୍କରେ ଅଠଗଡ଼ ଡିଏଫଓ ସସ୍ମିତା ଲେଙ୍କା କହିଛନ୍ତି ଯେ ହାତୀ ର ବୟସ ପଆୟ ୭ ବର୍ଷ ହେବ। କୌଣସି କାରଣରୁ ସେ ରୋଗାକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଏପରିକି ହାତୀଟି ରକ୍ତବାନ୍ତି କରି ସେହିିଠାରେ ପଡ଼ି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି। ତେବେ  ହାତୀର ମୃତଦେହ ବ୍ୟବଛେଦ ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲିି ଡିଏଫଓ ଲେଙ୍କା କହିଛନ୍ତି।

By amfnews

Related Post