Sat. Mar 7th, 2026

ଯୋଧପୁର ଠାରେ ‘ପରାକ୍ରମ ପର୍ବ’ ସାମରିକ ପ୍ରଦର୍ଶନୀ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

178 Views

ନୂଆଦିଲ୍ଲୀ : ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଦ୍ୱିତୀୟ ବାର୍ଷିକୀ ଅବସରରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଧପୁର ଠାରେ ସାମରିକ ପ୍ରଦର୍ଶନୀ ‘ପରାକ୍ରମ ପର୍ବ’ ଉଦ୍‌ଘାଟନ କରିଛନ୍ତି।

ପାକିସ୍ତାନ ଅଧିକୃତ କଶ୍ମୀରରେ ରହି ଅଭିଯାନ ଚଳାଇଥିବା ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଉପରେ ଭାରତୀୟ ସେନାର ଦୁଃସାହସୀ ଯବାନମାନେ କରିଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏହି ସାମରିକ ପ୍ରଦର୍ଶନୀରେ ପାଳନ କରାଯାଉଛି। ଏହି ତିନି ଦିବସୀୟ ପ୍ରଦର୍ଶନୀ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଚାଲିବ।

ଉଦ୍‌ଘାଟନ ବେଳେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସୈନିକମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ମୋଦିଙ୍କ ସହ ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତିନି ବାହିନୀର ମୁଖ୍ୟ- ସେନା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ୍‌, ବାୟୁସେନା ମୁଖ୍ୟ ମାର୍ସାଲ୍‌ ବିଏସ୍‌ ଧାନ୍‌ଓ୍ଵା ଏବଂ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ସୁନୀଲ ଲାମ୍ବା।

ଯୋଧପୁର ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଛୋଟି ନେଇଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ସୀତାରମଣ ଏବଂ ତିନି ସେନାର ମୁଖ୍ୟମାନେ। ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯିବା ପୂର୍ବରୁ ସେ କୋଣାର୍କ ଯୁଦ୍ଧ ସ୍ମାରକୀ ଠାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଆଜି ପ୍ରଧାନମନ୍ତ୍ରୀ କମ୍ବାଇଣ୍ଡ୍‌ କମାଣ୍ଡର୍ସ କନ୍‌ଫରେନ୍‌ସ୍‌’ରେ ମଧ୍ୟ ଯୋଗ ଦେବେ।

By amfnews

Related Post