Sun. Jun 8th, 2025

ଯୋଗୀଙ୍କ ସଂପର୍କରେ ଶଶୀ ଥରୁର୍‌ଙ୍କ ଟୁଇଟ୍‌ ପାଇଁ ରାହୁଲଙ୍କୁ ଦୋଷୀ କଲେ ସ୍ମୃତି ଇରାନୀ, ଜଣେ ପଇତାଧାରୀ ବ୍ରାହ୍ମଣ ଏପରି କରିବା ଅନୁଚିତ

By amfnews Jan 30, 2019 #Featured
321 Views

ନୂଆଦିଲ୍ଲୀ, ଜାନୁଆରୀ ୩୦ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୁମ୍ଭମେଳା ଅବସରରେ ମଙ୍ଗଳବାର ପବିତ୍ର ଗଙ୍ଗାରେ ବୁଡ଼ ପକାଇବା ନେଇ କଂଗ୍ରେସର ବିରିଷ୍ଠ ନେତା ଶଶୀ ଥରୁର୍‌ ତାଙ୍କୁ ପରୋକ୍ଷରେ ସମାଲୋଚନା କରିଥିବାରୁ ଶଶୀ ଥରୁର୍‌ଙ୍କୁ ନିନ୍ଦା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସ୍ମୃତି କହିଛନ୍ତି କି ରାହୁଲ ଗାନ୍ଧୀଙ୍କ ପରି ଜଣେ ପଇତାଧାରୀ ବ୍ରାହ୍ମଣ କିପରି ଭାବେ ତାଙ୍କ ଦଳୀୟ ନେତାଙ୍କୁ କୋଟଇ କୋଟି ହିନ୍ଦୁମାନଙ୍କ ଧାର୍ମିକ ବିଶ୍ୱାସକୁ ଆଘାତ ଦେବା ପାଇଁ ଅନୁମତି ଦେଉଛନ୍ତି? କୁମ୍ଭମେଳାର ଗୁରୁତ୍ୱ କ’ଣ ଶଶୀ ଥରୁର୍‌ ଜାଣନ୍ତି ନାହିଁ? ବୋଲି ଇରାନୀ ପ୍ରଶ୍ନ କରିଛନ୍ତି।

ଶଶୀ ଥରୁର୍‌ଙ୍କ ପରି ଜଣେ ଶିକ୍ଷିତ ବ୍ୟକ୍ତି କୋଟି କୋଟି ହିନ୍ଦୁଙ୍କ ଭାବନାକୁ ଆଘାତ ଦେବା ପରି ମନ୍ତବ୍ୟ ଦେବା ଶୋଭା ପାଉନି ବୋଲି ବିଜେପିର ଅନେକ ବରିଷ୍ଠ ନେତା କହିଥିବାର ଶୁଣିବାକୁ ମିଳୁଛି।

ଉଲ୍ଲେଖଯେଗ୍ୟେ, ଯୋଗୀ ଆଦିତ୍ୟନାଥ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କ ସହ ଗଙ୍ଗାରେ ବୁଡ଼ ପକାଉଥିବା ବେଳର ଏକ ଫଟୋ ଟୁଇଟ୍‌ କରି ଶଶୀ ଥରୁର୍‌ ତାଙ୍କୁ ଅପମାନିତ କଲା ପରି ଲେଖିଥିଲେ କି ‘ଗଙ୍ଗା ବି ସ୍ୱଚ୍ଛ ରଖିବା ଜରୁରୀ। ପାପ ବି ଏଇଠି ଧୋଇବା ଜରୁରୀ। ଏହି ସଙ୍ଗମରେ ସମସ୍ତେ ନଗ୍ନ। ଜୟ ଗଙ୍ଗା ମାଆ।’

By amfnews

Related Post